Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବିଜେଡି ଭାଡ଼ି ଖାଲି ହେଉଛି :ଦେବାଶିଷ

    Share on :
    ajab-Image
    Date: Jun 5, 2026    Views: 2338

    ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀଭାବେ ଦେବାଶିଷ ସାମନ୍ତରାୟ ଶୁକ୍ରବାର  ନାମାଙ୍କନ ଭରିଛନ୍ତି । ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଶ୍ର୍ରୀ ସାମନ୍ତରାୟ ନାମାଙ୍କନ ଭରିଛନ୍ତି । ତେବେ ନାମାଙ୍କନ ଭରିବା ପରେ ଶ୍ରୀ ସାମନ୍ତରାୟ ପୁଣି ବିଜେଡି ଉପରେ ବର୍ଷିଛନ୍ତି ।  ନାମାଙ୍କନ ଦାଖଲ କରିବା ପରେ ଦେବାଶିଷ ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି,ବିଜେଡି ଭାଡ଼ି ଖାଲି ହେଉଛି । ଆଗାମୀ ଦିନରେ କ’ଣ ହେଉଛି ଦେଖନ୍ତୁ। ଅଧିକରୁ ଅଧିକ ନେତା  ବିଜେପିକୁ ଆସିବେ, ଏଠି ଅଧିକ ସୁଯୋଗ ଅଛି। ଲୋକଙ୍କୁ ସେବା କରିବାର ସୁଯୋଗ ଭାଜପାରେ ଅଧିକ ଅଛି। ଡବଲ ଇଞ୍ଜିନ ସରକାର ଥିବାରୁ ଏଠାରେ ଅଧିକ କାମ କରିପାରିବି ବୋଲି ଦେବାଶିଷ କହିଛନ୍ତି।

    ସେପଟେ ବିଜେଡି ଏବେ ବିଲୟ ମୁହାଁ ବୋଲି କହି ଟାର୍ଗେଟ କରିଛନ୍ତି ସୁରେଶ ପୂଜାରୀ। ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ପୂର୍ବରୁ ମଧ୍ୟ ଅନେକ ଦଳ ଜନ୍ମ ନେଇ ସମାପ୍ତ ହୋଇଛନ୍ତି। ଯେଉଁଭଳି ନେତା ମାନେ ବିଜେଡି ଛାଡୁଛନ୍ତି ଏହା ଏବେ ବିଲୟ ମୁହାଁ।ଗୋଟିଏ ପରେ ଗୋଟିଏ ୱିକେଟର ପତନ ଘଟୁଛି, ଖୁବ ଶୀଘ୍ର ଅଲଆଉଟ। ବିନା ବିଚାରଧାରାରେ କ୍ଷମତା ସର୍ବସ୍ବ ଦଳ କେବେ ଦୀର୍ଘାୟୁ ହୋଇନାହିଁ’ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook