ଭୁବନେଶ୍ୱର: ରାଜ୍ୟ ବିଜେପି ସରକାର ଆଉ ଏକ ଯୋଜନା ଆଣିବାକୁ ଯାଉଛନ୍ତି । ତାହା ହେଲା ଦେବାଳୟ ଯୋଜନା । ରାଜ୍ୟରେ ଥିବା ମଠ ମନ୍ଦିରର ସୁରକ୍ଷା ପାଇଁ ଏହି ଯୋଜନା ରାଜ୍ୟ ସରକାର ଆଣିବାକୁ ଯାଉଛନ୍ତି । ଏଭଳି ନୂଆ ଯୋଜନା ପାଇଁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଏନେଇ ଚର୍ଚ୍ଚା ଆଲୋଚନା ହେବା ସହ ବ୍ଲପ୍ରିଣ୍ଟ ପ୍ରସ୍ତୁତ କରାଯାଉଥିବା ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ।
ପୂର୍ବ ସରକାରରେ ଅବଢ଼ା ଯୋଜନା ନାମରେ କେବଳ ମରାମତି କଥା ଥିଲା । ତେବେ ଦେବାଳୟ ଯୋଜନାରେ ମରାମତି, ରକ୍ଷଣାବେକ୍ଷଣ ଓ ପରିଚାଳନା ସମସ୍ୟାର ସମାଧାନ ରହିଛି । ଓଡ଼ିଶାର ସଂସ୍କୃତି ଯେଉଁ ମଠ ମନ୍ଦିର ସହ ଜଡ଼ିତ ତାହାର ସୁରକ୍ଷା ଆମର ପ୍ରାଥମିକତା ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
Comments ସମସ୍ତ ମତାମତ