Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଯୁବକକୁ ଟେକି ନେଇ ପଥରରେ ଛେଚି ହତ୍ୟା, ଥାନା ଆଗରେ ଶବ ରଖି ଜାତୀୟ ରାଜପଥ ଅବରୋଧ

    Share on :
    ajab-Image
    Date: Mar 23, 2023    Views: 4235

    ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକକୁ ସଙ୍ଘବଧ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି ବେଳେ ସେଠାରେ ଯୁବକର ମୃତ୍ୟୁ । ଆଉ ତାପରେ ଗାଁ ରେ ଉତେଜନା ଆରମ୍ଭ । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଦେଉଳି ଗ୍ରାମରେ। ସୂଚନା ଅନୁସାରେ ସେହି ଗ୍ରାମର  ହରି ବଳିଆର ସିଂହଙ୍କ ଏକମାତ୍ର ପୁଅ ପ୍ରଦୀପ ବଳିଆର ସିଂକୁ ଗତ ମଙ୍ଗଳବାର ସନ୍ଧ୍ୟାରେ ସେଇ ଗ୍ରାମର କିଛି ବ୍ୟକ୍ତି  ଜବରଦସ୍ତ କରି ନିକଟରେ ଥିବା ଜଙ୍ଗଲକୁ ନେଇ ଯାଇଥିଲେ। ସେଠାରେ ତାକୁ ସଂଘବଧ ଭାବରେ ଆକ୍ରମଣ କରି ଗୁରୁତର ଅବସ୍ଥାରେ ପକାଇ ଦେଇଥିଲେ। ଆଉ କିଛି ସମୟ ପରେ ଖବର ପାଇ ହରି ବଳିଆର ସିଂ ପରିବାର ଲୋକେ ପୁଅକୁ ଉଦ୍ଧାର କରିଥିଲେ। ପ୍ରଥମେ ଖୋର୍ଦ୍ଧା ମେଡିକାଲ୍ ଆଉ ପରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ହେଲେ କିଛି ଘଣ୍ଟା ପରେ  ପୁଅର ପ୍ରାଣ ବାୟୁ ଉଡ଼ିଯାଇଥିଲା ।

    ଏପଟେ ପୁଅର ମୃତ୍ୟୁ ଖବର ପାଇ ଘର ଲୋକେ ଭାଙ୍ଗିପଡିଥିଲେ। ତା ପରେ ଦେଉଳି ଗାଁ ହୋଇପଡ଼ିଥିଲା ଅଶାନ୍ତ। ଦେଉଳି ଗାଁ ରେ ଆରମ୍ଭ ହୋଇଥିଲା ଉତେଜନା। ଗାଁ ରେ ଉତ୍ୟକ୍ତ ଲୋକେ ଭଙ୍ଗାରୁଜା କରିଥିଲେ। ଏପରିକି ଗୋଟିଏ ଇଣ୍ଡିଗୋ ଓ ଟାଟା ଏସି ଗାଡି ସହିତ ଗୋଟିଏ ପାଳ ଗଦା ଜାଳି ଦେଇଥିବା ବେଳେ ଗୋଟିଏ ପିକପ ଗାଡ଼ି ଓ ବାଇକ୍ ଭାଙ୍ଗିଦେଇଥିବା ଦେଖିବାକୁ ମଧ୍ୟ ମିଳିଛି।  ଅନ୍ୟ ପକ୍ଷରେ ବେଗୁନିଆ ପୋଲିସ ଅଭିଯୋଗ ପାଇ ମୃତ ଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି। ଗାଁ ରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇ ତିନି ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ  କରାଯାଇଛି।

    ସେପଟେ ଘଟଣା ଏତିକିରେ ସରି ନ ଥିଲା। ଗତ ସନ୍ଧ୍ୟା ସମୟରେ ପୁଅର ଶବ ଆସିବା ପରେ ଶବକୁ ଧରି ପରିବାର ଲୋକେ ବେଗୁନିଆ ଥାନା ସମ୍ମୁଖ ଖୋର୍ଦ୍ଧା ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ରାସ୍ତା ଉପରେ ଶୋଇ ମୃତ ଯୁବକର ପରିବାର ଲୋକେ କାନ୍ଦ ବୋବାଳି କରିଥିଲେ। ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ପହଞ୍ଚି ଉକ୍ତ ପରିବାର ଲୋକଙ୍କ ସହିତ ଆଲୋଚନା କରିଥିଲେ। ରେଡକ୍ରସ୍ ପାଣ୍ଠିରୁ ୨୦ ହଜାର ଟଙ୍କା ସହିତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା। ତେବେ ପୋଲିସ ଏହି ଘଟଣାକୁ ଭିତି କରି ଦୁଇ ଜଣକୁ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତ ଏବେ ଫେରାର ଅଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook