Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

    ଫ୍ରିଜରରେ ୭ଘଣ୍ଟା ରହିବା ପରେ ବଞ୍ଚି ଉଠିଲା ଶବ

    Share on :
    ajab-Image
    Date: Nov 22, 2021    Views: 2850

    ମୋରାଦାବାଦ : ଦୁର୍ଘଟଣାରେ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ । ଡାକ୍ତର ମୃତ ଘୋଷଣା କରିବା ପରେ ମୃତ ବ୍ୟକ୍ତି ରହିବା ପାଇଁ ଉଦ୍ଧିଷ୍ଟ  ଙ୍ଗଜରରେ ୭ ଘଣ୍ଟା ରହିଲେ । ତା’ ପରେ ଫ୍ରିଜରରୁ କାଢ଼ି ପୋଷ୍ଟମର୍ଟମ କଲାବେଳକୁ ଜଣାପଡ଼ିଲେ ଜୀବିତ । ଏମିତି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ମୋରାଦାବାଦର ଶ୍ରୀକେଶ କୁମାର ନାମକ ଜଣେ ୪୦ ବର୍ଷୀୟ ଇଲେକ୍ଟ୍ରିସିଆନଙ୍କ କ୍ଷେତ୍ରରେ । ଖବର ଅନୁସାରେ, ଶ୍ରୀକେଶ କୁମାର ହେଉଛନ୍ତି ମୋରାଦାବାଦର ବାସିନ୍ଦା । ଇଲେକ୍ଟ୍ରିସିଆନ କାମ କରି ସେ ବୃତ୍ତି ନିର୍ବାହ କରନ୍ତି । ଗୁରୁବାର ରାତିରେ ଏକ ବାଇକ୍ ତାଙ୍କୁ ପ୍ରଚଣ୍ଡ ଧକ୍କା ଦେବାରୁ ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ପରୀକ୍ଷା ନିରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଦେଲେ । ତା’ପରେ ପୋଷ୍ଟମର୍ଟମ କରି ମୃତ ଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା କଥା । କିନ୍ତୁ ରାତିରେ ପୋଷ୍ଟମର୍ଟମ ହୋଇ ନ ପାରିବାରୁ ମୃତ-ଘୋଷିତ ଶରୀରକୁ ଫି୍ରଜରରେ ରଖାଯାଇଥିଲା । ଏହିପରି ୭ ଘଣ୍ଟା  ଫି୍ରଜରରେ ରହିବା ପରେ ପରଦିନ ପୋଷ୍ଟମର୍ଟମ ପାଇଁ କଢ଼ାଗଲା । ପୁଲିସ ପରିବାର ସଦସ୍ୟଙ୍କ ଦ୍ୱାରା ଶବ ଚିହ୍ନଟ କରି ପଞ୍ଚନାମା ପାଇଁ ପ୍ରସ୍ତୁତି କରୁଛି । ପୋଷ୍ଟମର୍ଟମ ପାଇଁ ପରିବାର ସଦସ୍ୟ ବି ଅନୁମତି ଦେଇଦେଲେ । 
    ଏହି ସମୟରେ ଶ୍ରୀକେଶଙ୍କ ଶାଳୀ ମଧୁବାଳା ଦେଖିଲେ ତାଙ୍କ ଦେହ ହଲଚଲ ହେଉଛି । ଏହାପରେ ସେ ଚିଲେଇଲେ- ସେ ବଞ୍ଚିଛନ୍ତି, ପ୍ରଶ୍ୱାସ ନେଉଛନ୍ତି। ଇମର୍ଜେନ୍ସି ମେଡିକାଲ ଅଫିସର ରାତି ୩ଟାରେ ଦେଖିଥିଲେ ତାଙ୍କର ହୃତସ୍ପନ୍ଦନ ହେଉ ନ ଥିଲା । ସେ ଭଲଭାବେ ଅନେକ ଥର ପରୀକ୍ଷା କରିବା ପରେ ମୃତ ଘୋଷଣା କରିଥିଲେ ବୋଲି ମୋରାଦାବାଦ ଚିଫ୍ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଡ. ଶିବ ସିଂହ କହିଛନ୍ତି । ଏଭଳି କ୍ଷେତ୍ରରେ ବଞ୍ଚିବା ‘ବିରଳରୁ ବିରଳତମ’ ଏବଂ ଏହାକୁ ଡାକ୍ତରୀ ଅବହେଳା କହିବା ଠିକ୍ ନୁହେଁ ବୋଲି ସିଂହ ବର୍ଣ୍ଣନା କରିଛନ୍ତି । ବର୍ତ୍ତମାନ ଶ୍ରୀକେଶଙ୍କୁ ମିରଟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଏପର୍ଯ୍ୟନ୍ତ ତାଙ୍କର ଚେତା ଫେରିନି । କିନ୍ତୁ ଡାକ୍ତରମାନେ ସେ ବିପଦମୁକ୍ତ ବୋଲି କହିଛନ୍ତି । ଅପରପକ୍ଷେ ମୋରାଦାବାଦ ଡାକ୍ତରଙ୍କ ବିରୋଧରେ ଅଭିଯୋଗ କରିବାକୁ ପରିବାର ନିଷ୍ପତ୍ତି ନେଇଛି ବୋଲି ମଧୁବାଳା ସୂଚନା ଦେଇଛନ୍ତି ।

    Maximum 500 characters

    ଅଜବ View all

    Find Us on Facebook