Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    କଲରାପତରିଆ ବାଘର ମୃତଦେହ ଠାବ

    Share on :
    ajab-Image
    Date: Jan 25, 2023    Views: 3122

    ହିନ୍ଦୋଳ, : ଢେଙ୍କାନାଳ ବନଖଣ୍ଡରେ ଅସୁରକ୍ଷିତ ବନ୍ୟପ୍ରାଣୀ। ମଙ୍ଗଳବାର ସଦର ବନାଞ୍ଚଳ ଅଧୀନ ମହୁଲପଡ଼ା ଗ୍ରାମ ନିକଟ ପାଟପୁରି ରିଜର୍ଭ ଜଙ୍ଗଲରୁ ଏକ ଛୁଆହାତୀର ମୃତଦେହ ମିଳିବାର ୨୪ ଘଣ୍ଟା ନପୂରୁଣୁ ଆଜି ହିନ୍ଦୋଳ ବନାଞ୍ଚଳ ସତମାଇଲି ଜଙ୍ଗଲରେ ଏକ କଲରାପତରିଆ ବାଘର ମୃତଦେହ ଠାବ ହୋଇଛି।

    ସୂଚନା ଅନୁସାରେ, ହିନ୍ଦୋଳ ବନାଞ୍ଚଳ ଖଜୁରିଆକଟା ସେକ୍ସନ ଅନ୍ତର୍ଗତ ବାରିହାରଗଡି ଗ୍ରାମ ନିକଟସ୍ଥ ଏକ ନାଳରେ ବୁଧବାର ଏକ କଲରାପତରିଆ ବାଘର ମୃତଦେହ ପଡିଥିବା ଦେଖିବାକୁ ମିଳିଛି । ଗ୍ରାମବାସୀଙ୍କ ଠାରୁ ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ କରୁଛନ୍ତି। ବାଘକୁ କୌଣସି ଉପାୟରେ ଶିକାର କରାଯାଇଥିବା ସନ୍ଦେହ କରାଯାଉଛି। ତେବେ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ବନବିଭାଗ ଛାନଭିନ ଚଳାଇଛି। ଏଠାରେ କ୍ରମାଗତ ବନ୍ୟଜନ୍ତୁଙ୍କ ମୃତ୍ୟୁକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି।

    Maximum 500 characters

    ତାଜା ଖବର View all

    Find Us on Facebook