Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଜଙ୍ଗଲରୁ ଅଜଣା ମହିଳାଙ୍କ ଗଳିତ ମୃତଦେହ ଠାବ

    Share on :
    ajab-Image
    Date: Jun 15, 2026    Views: 3229

    ବୈଶିଙ୍ଗା: ମୟୂରଭଞ୍ଜଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ରାଇକମା ଗ୍ରାମ ପାର୍ଶ୍ୱ ଜଙ୍ଗଲରୁ ମହିଳାଙ୍କ ଗଳିତ ମୃତଦେହ ଠାବ ହୋଇଛି l ସୋମବାର ପୂର୍ବାହ୍ନରେ ସ୍ଥାନୀୟ ଗଜସାଥୀ ଜଙ୍ଗଲକୁ ଯାଇଥିବାବେଳେ ମୃତଦେହ ଦେଖି ଗ୍ରାମବାସୀ ଓ ପୁଲିସକୁ ଖବର ଦେଇଥିଲେ l ତେବେ ମହିଳାଙ୍କ ମୃତଦେହ ପଚିସଢ଼ି ଯାଇଥିବାରୁ ତାଙ୍କର ପ୍ରକୃତ ପରିଚୟ ମିଳି ପାରୁନି l ଘଟଣା ସ୍ଥଳରେ ବୈଶିଙ୍ଗା ଥାନା ଅଧିକାରୀ ସଦଳବଳେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
    ପ୍ରାଥମିକ ତଦନ୍ତରୁ ମହିଳାଙ୍କୁ କେହି ଦୁର୍ବୃତ୍ତ ୩-୪ ଦିନ ପୂର୍ବରୁ ହତ୍ୟା କରି ଜଙ୍ଗଲ ଭିତରେ ଫିଙ୍ଗିଦେଇଥିବା ଅନୁମାନ କରାଯାଉଛି l ଅନ୍ୟପଟେ ବାରିପଦାରୁ ସାଇଣ୍ଟିଫିକ ଟିମ ଆସିଲା ପରେ ହିଁ ଶବ ଉଦ୍ଧାର ପୂର୍ବକ ବ୍ୟବଚ୍ଛେଦ ପାଇଁ ପଠାଯିବ ଓ ତଦନ୍ତକୁ ଜୋରଦାର କରାଯିବା ନେଇ ପୁଲିସ ସୂଚନା ଦେଇଛି l ସେହିପରି ମୃତାଙ୍କର ପ୍ରକୃତ ପରିଚୟ ମିଳିଲା ପରେ ହିଁ ମହିଳାଙ୍କ ମୃତ୍ୟୁର ସଠିକ କାରଣ ଜଣା ପଡିବ ବୋଲି ଆଶା କରାଯାଉଛି l

    Maximum 500 characters

    ରାଜ୍ୟ ଖବର View all

    Find Us on Facebook