Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଧର୍ମ ପରିବର୍ତ୍ତନ କରିଥିବାରୁ ଶବକୁ ମିଳୁନି ଶ୍ମଶାନ

    Share on :
    ajab-Image
    Date: Apr 15, 2026    Views: 2963

    ନବରଙ୍ଗପୁର : ପୁଣି ଶବକୁ ଅସମ୍ମାନ। ଧର୍ମ ପରିବର୍ତ୍ତନ କରିଥିବାରୁ ମିଳୁନି ଶ୍ମଶାନ। ଧର୍ମ ପରିବର୍ତ୍ତନ କରିଥିବାରୁ ମୃତ୍ୟୁ ପରେ ବି ଛାଡ଼ୁନି ବିବାଦ। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ପରେ ଉମରକୋଟ ବ୍ଲକରେ ବି ଏହି ବିବାଦ ଦେଖିବାକୁ ମିଳିଛି । ଉମରକୋଟ ବ୍ଲକ ଅଣ୍ଡରିଗୁଡା ଗାଁର ମାଣିକ ସାନ୍ତା ମୃତ୍ୟୁ ବରଣ କରିବାର ୩୬ ଘଣ୍ଟା ପରେ ବି ହୋଇ ପାରୁନି ଅନ୍ତିମ ସଂସ୍କାର । ଧର୍ମ ପରିବର୍ତ୍ତନ କରିଥିବାରୁ ଗାଁ ସ୍ମଶାନରେ ଶବ ପୋତିବାକୁ ଗ୍ରାମବାସି ଦେଉ ନାହାନ୍ତି ଅନୁମତି ।  ସେହି ଧର୍ମର ସ୍ମଶାନରେ ଶବ ସତ୍କାର କରିବାକୁ ଜିଦ ଧରିଛନ୍ତି ଗ୍ରାମବାସୀ। ଜିଲ୍ଲା ପ୍ରଶାସନ ଓ ପୋଲିସ ବାରମ୍ବାର ଆଲୋଚନା ପରେ ମଧ୍ୟ ସମାଧାନ ର ରାସ୍ତା ବାହାରୁ ନାହିଁ ।
    ଗାଁର ରାୟମତି ଗଣ୍ଡ (୭୦ବର୍ଷ)ଙ୍କ ଗତକାଲି ଅପରାହ୍ଣ ୩ଟାରେ ମୃତ୍ୟୁ ହୋଇଥିଲା। ଗାଁ ଶ୍ମଶାନରେ ଶେଷକୃତ୍ୟ କରିବାକୁ ପରିବାର ପକ୍ଷରୁ ମୃତଦେହ ଘରୁ ବାହାର କରିବା ବେଳେ ଗାଁର କିଛି ପରିବାର ବିରୋଧ କରିଥିଲେ। ୩ବର୍ଷ ତଳେ ରାୟମତି ଏବଂ ତାଙ୍କ ପରିବାର ଧର୍ମ ପରିବର୍ତ୍ତନ କରିଥିବାରୁ କୌଣସି ପରିସ୍ଥିତିରେ ଗାଁ ଶ୍ମଶାନରେ ଶେଷକୃତ୍ୟ ହୋଇପାରିବ ନାହିଁ ବୋଲି ଶୁଣାଇ ଦେଇଥିଲେ। ବିବାଦ ବଢ଼ିବାରୁ ଗାଁରେ ବୈଠକ ବସିଥିଲା। ଖବର ପାଇ ରାଇଘର ଥାନା ଅଧିକାରୀ, ଉମରକୋଟ ଏସ୍‌ଡିପିଓ, ସ୍ଥାନୀୟ ତହସିଲଦାର ଗାଁରେ ପହଞ୍ଚି ବୁଝାସୁଝା କରିବା ପରେ ମଧ୍ୟ ଦୁଇଗୋଷ୍ଠୀ ମଧ୍ୟରେ ଆଜି ରାତି ପର୍ୟ୍ୟନ୍ତ ବିବାଦ ଲାଗି ରହିଥିଲା। ଶେଷରେ ରାୟମତିଙ୍କ ଶବ ସତ୍କାର ଗାଁ ଶ୍ମଶାନ ବଦଳରେ ତାଙ୍କ ପୈତୃକ ଜମିରେ କରାଯିବାକୁ ନିଷ୍ପତ୍ତି ହୋଇଥିଲା।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook