ମୁଖ୍ୟ ଖବର
ପାଣିକୋଇଲି: ବରଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ପାଣିକୋଇଲି ଥାନା ଅନ୍ତର୍ଗତ କୋରେଇ ରୋଡରେ ଥିବା ଏକ ରାଇସ୍ ମିଲ ନିକଟରେ ଥିବା ଏକ ବର ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣଙ୍କ ସ୍ଥାନୀୟ ଧନପୁର ଗ୍ରାମର ନଟବର ବାରିକଙ୍କ ପୁଅ ଶ୍ରୀଧର ବାରିକ ବୋଲି ଜଣାପଡ଼ିଛି।ସୂଚନାନୁଯାୟୀ, ଧନପୁର ଗ୍ରାମର ଶ୍ରୀଧର ବାରିକ ଦୀର୍ଘ ଦିନ ହେବ କୋରେଇ ରୋଡରେ ଥିବା ଏକ ରାଇସ୍ ମିଲରେ ଲେବର ସର୍ଦ୍ଦାର ଭାବେ କାର୍ୟ୍ୟ କରୁଥିଲେ। ଗତକାଲି ରାତିରେ ସେ ଘରକୁ ଫେରି ନଥିଲେ। ଘର ଲୋକ ଫୋନ କଲେ ସୁଦ୍ଧା କୌଣସି ଉତ୍ତର ମିଳିନଥିଲା। ବୁଧବାର ସକାଳେ କିଛି ଲୋକ ଶୌଚ ହେବାକୁ ଯିବା ବେଳେ ରାଇସ୍ ମିଲ ନିକଟରେ ଥିବା ବର ଗଛରେ ଶ୍ରୀଧରଙ୍କ ମୃତଦେହ ଝୁଲୁଥିବା ଦେଖିଥିଲେ। ନିକଟରେ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ପାଇଥିଲେ। ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ଶ୍ରୀଧରଙ୍କ ଘର ଲୋକେ ପହଞ୍ଚିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ମିଲ ଗେଟ୍ ଆଗରେ ଟାୟାର ଜାଳି ମୃତକଙ୍କ ସମ୍ପର୍କୀୟ ପ୍ରତିବାଦ କରିଛନ୍ତି। ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛି।
Comments ସମସ୍ତ ମତାମତ