Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପଥରରେ ଛେଚି ଜଣେ ଆଦିବାସୀ ମହିଳାଙ୍କୁ ହତ୍ୟା

    Share on :
    ajab-Image
    Date: Jan 15, 2026    Views: 2940

    ସୁନ୍ଦରଗଡ଼: ସୁନ୍ଦରଗଡ଼ ଟାଉନଥାନା ଅନ୍ତର୍ଗତ ଶଙ୍କରା ଗଉଡ଼ପଡ଼ାରେ ଜଣେ ଆଦିବାସୀ ମହିଳାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି। ମୃତ ମହିଳା ଜଣକ ହେଉଛନ୍ତି ଗୁରୁବାରୀ ମାଝୀ(୬୫)। ଗୁରୁବାର ସକାଳେ ଗଉଡ଼ପଡ଼ା ପୋଖରୀ ହୁଡ଼ାରେ ଏହି ମହିଳାଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ଟାଉନଥାନା ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଟାଉନଥାନା ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଛି। ମୃତ ମହିଳାଙ୍କ ନିକଟରେ ଏକ ରକ୍ତ ଲଗା ପଥରକୁ ପୋଲିସ ଜବତ କରିଛି। ମହିଳାଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରାଯାଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook