ମୁଖ୍ୟ ଖବର
ରାଉରକେଲା: ପୁଲିସ କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଉଦିତନଗର ଥାନା ଅନ୍ତର୍ଗତ ପୁଲିସ ବାସନ୍ତୀ କଲୋନୀର ଏକ ଘର ଭିତରୁ ମୃତଦେହ ଠାବ ହୋଇଛି। ମୃତକ ଜିଆରପି ଥାନାର କନଷ୍ଟେବଳ ଶେଖ ହୁସେନ ବୋଲି ପରିଚୟ ମିଳିଛି। ସେ ବାସନ୍ତୀ କଲୋନୀରରେ ଏକ ଫ୍ଲାଟରେ ପରିବାର ସହିତ ରହୁଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିଛି।ସୂଚନା ଅନୁସାରେ, ଶେଖ ଓ ତାଙ୍କ ପତ୍ନୀ ଉଭୟ ଏସଆରପିଙ୍କ କାର୍ୟ୍ୟାଳୟରେ କନଷ୍ଟେବଳ ଭାବେ କାର୍ୟ୍ୟ କରନ୍ତି। ସେମାନଙ୍କ ଏକମାତ୍ର ଝିଅ ହାଇଦ୍ରାବାଦରେ ରୁହନ୍ତି। ଏଠାରେ ସ୍ୱାମୀ-ସ୍ତ୍ରୀ ରହୁଥିଲେ। ଗତକାଲି ରାତିରେ ଖିଆପିଆ କରି ଉଭୟ ଶୋଇଥିଲେ। ହେଲେ ବିଳମ୍ବିତ ରାତିରେ ଶେଖ ଶୋଇଥିବା ରୁମରେ ଏକ ରାଶିରେ ଫାଶୀ ଲଗାଇ ଝୁଲି ପଡ଼ିଥିଲେ। ସୋମବାର ଭୋରୁ ପତ୍ନୀ ଉଠିବା ପରେ ସ୍ୱାମୀଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ପାଖପଡୋଶୀଙ୍କୁ ଡାକ ପକାଇଥିଲେ। ଉଦିତନଗର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ଯାଞ୍ଚ କରିବା ପରେ ଶବ ଜବତ କରିଛି। ପରେ ମୃତଦେହକୁ ସରକାରୀ ଡାକ୍ତରଖାନର ବ୍ୟବଚ୍ଛେଦ ଗୃହରେ ରଖାଯାଇଛି। ପୋର୍ଟମଣ୍ଟମ ପରେ ମୃତ୍ୟୁର କାରଣ ଜଣାପଡିବ। ତେବେ କେଉଁ କାରଣକୁ ନେଇ ଶେଖ ଏଭଳି ଚରମ ନିଷ୍ପତ୍ତି ନେଲେ ତାହା ସ୍ପଷ୍ଟ ହୋଇନଥିବା ବେଳେ ପୁଲିସ ତଦନ୍ତ ଜାରି ରଖିଛି।
Comments ସମସ୍ତ ମତାମତ