Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ମହାନଦୀ କୂଳରୁ ଯୁବକଙ୍କ ମୃତଦେହ ଉଦ୍ଧାର

    Share on :
    ajab-Image
    Date: May 10, 2025    Views: 3114

     ସାଲେପୁର:  ସାଲେପୁର କିଶନନଗର ଥାନା ଗୁଆଳି ମଠ ସାହି ମହାନଦୀ କୂଳରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। କିଛି ଦୂରରୁ ବାଇକ୍ ସହ ପ୍ୟାଣ୍ଟ୍, ସାର୍ଟ, ଚପଲ ପଡ଼ିଛି। ମୃତକ ଜଣଙ୍କ ହେଉଛନ୍ତି ନିଶ୍ଚିନ୍ତକୋଇଲି ସରପଡ଼ା ବୋଧଙ୍ଗ ଗାଁର ଦେବେନ୍ଦ୍ର ସ୍ଵାଇଁଙ୍କ ପୁଅ ଅମ୍ଳାନ ଜ୍ୟୋତି ସ୍ଵାଇଁ। ଅମ୍ଳାନ ଜ୍ୟୋତିଙ୍କୁ କେହି ମାରି ମହାନଦୀରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। କିଶନନଗର ଓ ସାଲେପୁର ପୋଲିସ ତଦନ୍ତ ଆରମ୍ଭ କରିଛି।

    ସୂଚନା ମୁତାବକ, ନିଶ୍ଚିନ୍ତକୋଇଲି ସରପଡା ବୋଧଙ୍ଗ ଗାଁର ଦେବେନ୍ଦ୍ର ସ୍ବାଇଁଙ୍କ ପରିବାର ସାଲେପୁର ମାଛୁଆତି ଗ୍ରାମରେ ଭଡା ନେଇ ରହୁଥିଲେ। ପ୍ରତିଦିନ ଭଳି ପୁଅ ଅମ୍ଳାନ ଗତକାଲି ସନ୍ଧ୍ୟାରେ ଯୋଗ କରିବାକୁ ଆସି ଘରକୁ ଫେରି ନଥିଲେ। ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ଆଜି ସକାଳୁ କିଶନନଗର ଥାନା ମହାନଦୀ କୂଳରେ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ଅନତି ଦୂରରେ ବାଇକ୍ ଓ ପ୍ୟାଣ୍ଟ୍ ,ସାର୍ଟ, ଚପଲ ପଡିଥିବାର ଦେଖି ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ। ଏନେଇ ପରିବାର ଲୋକେ ଥାନାରେ ହତ୍ୟା ଅଭିଯୋଗ କରିଥିଲେ। ଘଟଣାସ୍ଥଳରେ କିଶନନଗର ଓ ସାଲେପୁର ପୋଲିସ ପହଞ୍ଚି ମୃତଦେହ, ଗାଡି ଓ ମୋବାଇଲକୁ ଜବତ କରିଛି। ପୋଲିସ ଏନେଇ ଅଧିକ ତଦନ୍ତ କରୁଛି।

    Maximum 500 characters

    ତାଜା ଖବର View all

    Find Us on Facebook