Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

    Share on :
    ajab-Image
    Date: May 2, 2025    Views: 7860

    ଉଦଳା: ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ରାଇଦାଣ୍ଡିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଗଛରୁ ଜଣେ ପିଜି ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ଗ୍ରାମର ରେଖା ମଢେଇ।ରାଇଦାଣ୍ଡିଆ ଗ୍ରାମର ରେଖା ମଢେଇ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପିଜି ପଢୁଥିଲେ। ଗତ ମଙ୍ଗଳବାର ଦିନ ସେ ଘରକୁ ଫେରିଥିବା ବେଳେ କାଲି ରାତିରେ ଖାଇ ଶୋଇଥିଲେ। ମଧ୍ୟ ରାତ୍ର ପର୍ୟ୍ୟନ୍ତ ଘରେ ଥିବା ବେଳେ ଆଜି ସକାଳୁ ତାଙ୍କର ଝୁଲନ୍ତା ମୃତଦେହ ଵିଲ ଭିତରେ ଥିବା ଆମ୍ବ ଗଛରେ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ପରେ ଏ ନେଇ ଉଦଳା ପୁଲିସକୁ ଖବର ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ରେଖାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏହା ଆତ୍ମହତ୍ୟା ନା ହତ୍ୟା ତାହାର ତଦନ୍ତ କରୁଛି ପୁଲିସ। ପ୍ରେମ ବ୍ୟାପାର କିମ୍ବା ଅନ୍ୟ କୌଣସି ଚାପରେ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୁଲିସ ଅନୁମାନ କରୁଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook