Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ସୁଟ୍‌କେସ୍‌ରୁ ବାହାରିଲା ମହିଳାଙ୍କ ଶବ

    Share on :
    ajab-Image
    Date: Nov 20, 2023    Views: 3717

    ମୁମ୍ବାଇ: କେନ୍ଦ୍ରୀୟ ମୁମ୍ବାଇର କୁର୍ଲା ଅଞ୍ଚଳର ରାସ୍ତା ଉପରେ ପଡ଼ିଥିବା ଗୋଟାଏ ସୁଟ୍‌କେସ୍‌ ଭିତରୁ ଜଣେ ମହିଳାଙ୍କ ଶବ ଉଦ୍ଧାର କରାଯାଇଥିବା କଥା ରବିବାର ଦିନ ପୁଲିସ କହିଛି।

    ମୁମ୍ବାଇ ପୁଲିସର ଜଣେ ଅଧିକାରୀ କହିଛନ୍ତି, ମେଟ୍ରୋ ପ୍ରକଳ୍ପ ଚାଲିଥିବା ଶାନ୍ତିନଗର ଅନ୍ତର୍ଗତ ସି. ଏସ୍‌. ଟି. ରୋଡ୍‌ରେ ସୁଟ୍‌କେସ୍‌ଟି ପରତ୍ୟକ୍ତ ଅବସ୍ଥାରେ ପଡ଼ିଛି ବୋଲି ଅପରାହ୍ଣ ପ୍ରାୟ ୧୨.୩୦ରେ ସୂଚନା ପାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେଥିରୁ ଜଣେ ମହିଳାଙ୍କ ଶବ ଉଦ୍ଧାର କରିଛି।ବ୍ୟବଚ୍ଛେଦ ନିମନ୍ତେ ସେ ମହିଳାଙ୍କ ଶବକୁ ଏକ ‘ସିଭିକ୍‌ ହସ୍ପିଟାଲ୍‌’କୁ ପଠାଯାଇଛି। କିନ୍ତୁ, ଏ ପର୍ୟ୍ୟନ୍ତ ସେ ମହିଳାଙ୍କ ପରିଚୟ ମିଳିନାହିଁ ବୋଲି ସେ କହିଛନ୍ତି।

     ଶବକୁ ଦେଖ‌ିଲେ ଜଣାପଡୁଛି ମୃତା ମହିଳାଙ୍କ ବୟସ ୨୫ରୁ ୩୫ ବର୍ଷ ମଧ୍ୟରେ ହେବ। ସେ ଟି-ସାର୍ଟ ଓ ଟ୍ରାକ୍‌ ପ୍ୟାଣ୍ଟ୍‌ ପିନ୍ଧିଛନ୍ତି।ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି ଯେ, ସେ ମହିଳାଙ୍କ ଶବରେ କୌଣସି କ୍ଷତ ଚିହ୍ନ ନାହିଁ। ବୋଧହୁଏ ଶ୍ବାସରୁଦ୍ଧ କରି ତାଙ୍କୁ ହତ୍ୟା କରାଯାଇଛି। ତାଙ୍କର ପରିଚୟ ମିଳିଲେ ହତ୍ୟାକାଣ୍ଡର ରହସ୍ୟ ଜଣାପଡ଼ିବ।ମାମଲା ରୁଜୁ କରି ମହିଳାଙ୍କୁ ମାରିଥିବା ଆତତାୟୀମାନଙ୍କର ସନ୍ଧାନ କରାଯାଉଛି। ସେଥିପାଇଁ ସେ ଅଞ୍ଚଳରେ ଲାଗିଥିବା ‘ସିସିଟିଭି’ଗୁଡ଼ିକୁ ବି ଯାଞ୍ଚ କରାଯାଉଛି ବୋଲି ପୁଲିସ କହିଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook