Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପୋଖରୀରୁ ମହିଳାଙ୍କ ମୃତଦେହ ଉଦ୍ଧାର

    Share on :
    ajab-Image
    Date: Jun 23, 2022    Views: 4457

    ଦାରିଙ୍ଗବାଡି : ପୋଖରୀରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ଦାରିଙ୍ଗବାଡି ବ୍ଲକ୍ ଶ୍ରାନିକେତା ପଞ୍ଚାୟତ ଅଞ୍ଚଳରେ ଘଟିଛି ଏଭଳି ଘଟଣା ।  ମୃତ ମହିଳା ହେଲେ ସ୍ଥାନୀୟ ଶ୍ରାନିକେତା ଗାଁର ତପିଶା ପ୍ରଧାନ ।

    ସୂଚନାଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ୍ ଶ୍ରାନିକେତା ପଞ୍ଚାୟତରେ ସକାଳୁ ସକାଳୁ ଜଣେ ବୃଦ୍ଧା ମହିଳା ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ଶୌଚ ହେବାକୁ ଯିବା ସମୟରେ ମହିଳାଙ୍କ ମୃତଦେହ ଦେଖିଥିଲେ । ପରେ ସ୍ଥାନୀୟଲୋକ ଦାରିଙ୍ଗବାଡି ଥାନାକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଦାରିଙ୍ଗବାଡି ପୋଲିସ ଏବଂ ଅଗ୍ନିଶମ ବିଭାଗ ପହଞ୍ଚି ପୋଖରୀରୁ ବୃଦ୍ଧା ମହିଳାଙ୍କୁ ଉଦ୍ଧାର କରିଥିଲେ । ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି ପୋଲିସ । ମହିଳା ଜଣଙ୍କ ସ୍ଥାନୀୟ ଶ୍ରାନିକେତା ଗ୍ରାମର ତପିଶା ପ୍ରଧାନ ବୋଲି ଜଣାପଡିଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook