Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଭାଇ-ଭଉଣୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

    Share on :
    ajab-Image
    Date: Nov 25, 2021    Views: 3293

    ବାରିପଦା: ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧୀନ ଧାନଶୋଳ ଉପକଣ୍ଠ ଲୋଧାସାହିରେ ନାବାଳକ ଓ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତକ ଦ୍ବୟ ଦୂର ସମ୍ପର୍କୀୟ ଭାଇ-ଭଉଣୀ ହୋଇଥିବା ସୂଚନା ।
    ଖବର ଅନୁଯାୟୀ ଆଜି ସକାଳେ ଗାଁ ପାଖ କେନାଲ ପାର୍ଶ୍ଵ ଆମ୍ବଗଛରୁ ନାବାଳକ ଓ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ । ଉଦ୍ଧାର ଯୁବକ ଓ ଯୁବତୀ ଗ୍ରାମର ସନାତନ ନାଏକଙ୍କ ୧୬ ବର୍ଷୀୟ ପୁଅ ରାଜୁ ନାଏକ ଏବଂ ବିଶ୍ୱାଳ ଭକ୍ତାଙ୍କ ୧୪ ବର୍ଷୀୟ ଝିଅ ସୀମା ଭକ୍ତା । ତେବେ ସବୁଠାରୁ ବଡ଼ କଥା ହେଉଛି କି ଏମାନେ ସମ୍ପର୍କରେ ମାଉସୀ ପୁଅ ଭାଇ ଏବଂ ମାଉସୀ ଝିଅ ଭଉଣୀ ହେବେ। ଉଭୟଙ୍କ ପରିବାରଲୋକ ଧାନ କାଟିବାକୁ ବାଲେଶ୍ଵର ଜିଲ୍ଲାକୁ ଯାଇ ଥିବାବେଳେ ଘଟିଛି ଏହି ଅଘଟଣ ।କେଉଁ କାରଣରୁ ଏମାନେ ଆତ୍ମହତ୍ୟା କରିଛନ୍ତି ସେନେଇ ସ୍ପଷ୍ଟ ହୋଇନାହିଁ । କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧିକାରୀ ପ୍ରବୋଧ ଚନ୍ଦ୍ର ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛନ୍ତି ।

    Maximum 500 characters

    ତାଜା ଖବର View all

    Find Us on Facebook