Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପିତାଙ୍କ ଶବ ସହ ୩ ମାସ ଥିଲେ ପୁଅ, କଙ୍କଳ ଉଦ୍ଧାର କଲା ପୁଲିସ

    Share on :
    ajab-Image
    Date: Nov 25, 2021    Views: 3111


    କୋଲକାତା: ବହୁଚର୍ଚ୍ଚିତ କୋଲକାତାର ସଫ୍ଟୱେର ଇଞ୍ଜିନିୟର ପାର୍ଥ ଦେ ନିଜ ଭଉଣୀ ଏବଂ ପୋଷା କୁକୁରର କଙ୍କାଳ ସହ ରହୁଥିବା ଘଟଣା ଭଳି ଆଉ ଏକ ଘଟଣା ସାମ୍ନାକୁ ଆସିଛି । କୋଲକାତାର ଜଣେ ବ୍ୟକ୍ତି ଗତ ୩ ମାସ ହେଲା ନିଜ ପିତାଙ୍କ ଶବ ସହ ଘରେ ରହୁଥିବା ଜଣାପଡ଼ିଛି । ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି । ଜବତ ହୋଇଥିବା ଶବ ୭୦ ବର୍ଷୀୟ ସଂଗ୍ରାମ ଦେଙ୍କର ଏବଂ ତାଙ୍କ ପୁଅଙ୍କ ନାଁ କୌଶିକ ଦେ । କୌଶିକ ମାନସିକ ରୋଗରେ ପୀଡ଼ିତ ଥିବା ପୁଲିସ ଜାଣିବାକୁ ପାଇଛି । ସଂଗ୍ରାମଙ୍କ ମୃତୁ୍ୟ ସ୍ୱାଭାବିକ ଥିଲା କି ନା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିବ ବୋଲି ପୁଲିସ କହିଛି ।

     
    ପୁଲିସ ସୂତ୍ରରୁ ଜଣାପଡ଼ିଛି, ସଂଗ୍ରାମ ଦେ ମୁମ୍ବାଇସ୍ଥିତ ଭାଭା ଆଟମିକ୍ ରିସର୍ଚ୍ଚ ସେଣ୍ଟରରେ କାମ କରୁଥିଲେ । ତାଙ୍କ ଶବ କେ ପି ରାୟ ଲେନସ୍ଥିତ ତାଙ୍କ ବାସଭବନରୁ କଙ୍କାଳ ରୂପେ ଉଦ୍ଧାର କରାଯାଇଛି । ପଚରା ଉଚରା ବେଳେ କୌଶିକ ପୁଲିସକୁ କହିଛି, ତିନି ମାସ ପୂର୍ବେ ତାଙ୍କ ପିତାଙ୍କ ମୃତୁ୍ୟ ହୋଇଥିଲା । ସୂଚନାଯୋଗ୍ୟ, କିଛିଦିନ ହେଲା ସଂଗ୍ରାମ ଦେଖାଯାଉ ନାହାନ୍ତି ବୋଲି କିଛି ସ୍ଥାନୀୟ ଲୋକ ପୁଲିସକୁ ସୂଚନା ଦେଇଥିଲେ । ସୂଚନା ଆଧାରରେ ପୁଲିସ ସଂଗ୍ରାମଙ୍କ ଘରେ ପହଞ୍ଚି ତାଙ୍କ ୩୫ ବର୍ଷିୟା ରୋଗିଣା ପନôୀଙ୍କୁ ଭେଟିଥିଲେ । ତା’ପରେ ସମଗ୍ର ଘଟଣା ଜଣାପଡ଼ିଥିଲା ।

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook