Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କେମିକାଲ ଟାଙ୍କିରେ ଖସି ପଡି 3 ଶ୍ରମିକ ମୃତ

    Share on :
    ajab-Image
    Date: Nov 12, 2026    Views: 2620

    ଗୁରୁଗ୍ରାମ: ହରିୟାଣାର ଏକ ଫ୍ୟାକ୍ଟ୍ରିରେ ଅଘଟଣ । କେମିକାଲ ଟାଙ୍କିରେ ଖସି ପଡିବା ଯୋଗୁଁ ପ୍ରାଣ ହରାଇଲେ 3 ଶ୍ରମିକ । ଗୁରୁଗ୍ରାମ ସ୍ଥିତ ଜେଲ ରୋଡରେ ଥିବା ଏକ କାରଖାନାର କେମିକାଲ ଟାଙ୍କିରେ ଏହି ଅଘଟଣ ଘଟିଥିବା ପୋଲିସ ସୂଚନା ଦେଇଛି। ମୃତକମାନେ ହେଲେ ଗୁରୁଗ୍ରାମ ବାସିନ୍ଦା ନରେଶ କୁମାର (୫୦), ବିହାର ବାସିନ୍ଦା ଆରିଫ (୨୧) ଓ ଅନିଲ ଝା (୨୦)। ତିନି କର୍ମଚାରୀଙ୍କ ମୃତ୍ୟୁ ଘଟଣାରେ ପୋଲିସ କମ୍ପାନୀ କର୍ତ୍ତୃପକ୍ଷଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି।
    ପୋଲିସ ସୂଚନା ଅନୁଯାୟୀ ସାନ୍ଧର କମ୍ପାନୀ ପରିସରରେ ତିନି ଜଣ କର୍ମଚାରୀ କାମ କରୁଥିବା ବେଳେ ଏହି ଅଘଟଣ ଘଟିଥିଲା। ସେମାନେ କେଉଁ କାରଣରୁ କେମିକାଲ ଟାଙ୍କି ଭିତରେ ଖସି ପଡିଥିଲେ ତାହା ଜଣାପଡିନାହିଁ । କିନ୍ତୁ ବିଷାକ୍ତ ରାସାୟନିକ ପଦାର୍ଥ ଓ ଗ୍ୟାସ୍ ସଂସ୍ପର୍ଶରେ ଆସି ପ୍ରଥମେ ସେମାନେ ଅଚେତ ହୋଇପଡିଥିଲେ । ପରେ ହସ୍ପିଟାଲରେ 3 ଗୁରୁତର ଆଖି ବୁଜିଛନ୍ତି ।

    ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ବାଦଶାହପୁର ସ୍ଥିତ ଏକତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ ଅନ୍ୟ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ଘଟିଥିବା ପୋଲିସ କହିଛି। ଭୋଣ୍ଡସି ପୋଲିସ ଷ୍ଟେସନର ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତଦେହ ଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଦୁର୍ଘଟଣାର କାରଣ ଏବଂ ରାସାୟନିକ ଟାଙ୍କି ଚାରିପାଖରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଥିଲା କି ନାହିଁ ସେନେଇ ପୋଲିସ ତଦନ୍ତ କରୁଛି।

    ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ‘‘କର୍ମଚାରୀମାନେ କେଉଁ ପରିସ୍ଥିତିରେ ଟାଙ୍କି ଭିତରେ ପଡ଼ିଲେ ଓ କାରଖାନାରେ କିଭଳି ସୁରକ୍ଷା ବ୍ୟବସ୍ଥା ରହିଥିଲା ସେ ସମେତ ଘଟଣାର ସମସ୍ତ ଦିଗକୁ ଯାଞ୍ଚ କରାଯାଉଛି।"

    Maximum 500 characters

    ଦେଶ ବିଦେଶ View all

    Find Us on Facebook