ମୁଖ୍ୟ ଖବର
ସୁନ୍ଦରଗଡ଼: ସୁନ୍ଦରଗଡ଼ ସହରରେ ଏକ ଭଡ଼ା ଘର ଭିତରୁ ମିଳିଛି ଜଣେ ଯୁବତୀଙ୍କ ମୃତଦେହ। ମୃତ ଯୁବତୀଙ୍କ ପରିଚୟ ଝାରସୁଗୁଡ଼ାଜିଲ୍ଲା କଣ୍ଟାପାଲି ଅଞ୍ଚଳର ପୁଷ୍ପା ଖଡ଼ିଆ ବୋଲି ଜଣାପଡ଼ିଛି। ତେବେ ଏହା ଏକ ସାଧାରଣ ମୃତ୍ୟୁ ନା ଯୋଜନାବଦ୍ଧ ହତ୍ୟା, ତାକୁ ନେଇ ଏବେ ସନ୍ଦେହ ଘନୀଭୂତ ହୋଇଛି।
ସୂଚନା ଅନୁସାରେ, ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ଡେଙ୍ଗିଭାଡ଼ି ଅଞ୍ଚଳର ଏକ ଭଡ଼ା ଘରେ ପୁଷ୍ପା ଜଣେ ଯୁବକଙ୍କ ସହ ରହୁଥିଲେ। ତେବେ ଗତ କିଛି ସମୟ ଧରି ଘର ଭିତରୁ ପ୍ରବଳ ଦୁର୍ଗନ୍ଧ ବାହାରୁଥିବା ନେଇ ପଡ଼ୋଶୀଙ୍କ ସନ୍ଦେହ ହୋଇଥିଲା। ଏହାପରେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ।ଖବର ପାଇ ସୁନ୍ଦରଗଡ଼ ଟାଉନ ଥାନା ପୁଲିସ ଘଟଣାସ୍ଥଳକୁ ପହଞ୍ଚିଛି। ଘର ଖୋଲାଯିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଏବଂ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ସାମ୍ନାକୁ ଆସିବ। ଅନ୍ୟପଟେ ପୁଷ୍ପାଙ୍କ ପରିବାର ଲୋକେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ l
ଘଟଣାକୁ ନେଇ ଡେଙ୍ଗିଭାଡ଼ି ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି। ପୁଷ୍ପାଙ୍କ ସହ ରହୁଥିବା ଯୁବକଙ୍କ ଭୂମିକା କ'ଣ, କେବେଠାରୁ ଘର ଭିତରେ ମୃତଦେହ ପଡ଼ିରହିଥିଲା ଏବଂ ଯୁବତୀଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହେଲା, ସେନେଇ ଏବେ ଉଠିଛି ଅନେକ ପ୍ରଶ୍ନ। ପୁଲିସର ତଦନ୍ତ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ହିଁ ମୃତ୍ୟୁର ରହସ୍ୟ ଉପରୁ ପରଦା ହଟିବ।
Comments ସମସ୍ତ ମତାମତ