ମୁଖ୍ୟ ଖବର
ରେଙ୍ଗାଳି: ବ୍ରାହ୍ମଣୀ ନଦୀକୁ ମାଛ ଧରିବାକୁ ଯାଇ ଡଙ୍ଗା ବୁଡ଼ିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଗ୍ରାମର ନୀଳକଣ୍ଠ ବେହେରା। ଏହି ଅଘଟଣ ରେଙ୍ଗାଳି ଥାନା ଅଞ୍ଚଳରେ ଘଟିଛି।
ସୂଚନା ଅନୁଯାୟୀ, ନୀଳକଣ୍ଠ ଶୁକ୍ରବାର ରାତି ପ୍ରାୟ ୩ଟା ସମୟରେ ଏକ ହୋଲି ଡଙ୍ଗାରେ ମାଛ ଧରିବା ପାଇଁ ରେଙ୍ଗାଳି ଡ୍ୟାମ୍ର ତଳ ପାର୍ଶ୍ୱରେ ଥିବା ବ୍ରାହ୍ମଣୀ ନଦୀକୁ ଯାଇଥିଲେ। ତେବେ ମାଛ ଧରୁଥିବା ସମୟରେ ହଠାତ୍ ଡଙ୍ଗାଟି ବୁଡ଼ି ଯାଇଥିଲା। ଏହା ଦେଖି ତାଙ୍କ ସହ ଥିବା ଅନ୍ୟ ମାଛ ଧରାଳିମାନେ ତୁରନ୍ତ ନୀଳକଣ୍ଠଙ୍କୁ ଉଦ୍ଧାର କରିଥିଲେ। ମାତ୍ର ସେତେବେଳକୁ ତାଙ୍କର ମୃତ୍ୟୁ ଘଟିସାରିଥିଲା। ଖବର ପାଇ ରେଙ୍ଗାଳି ପୁଲିସ ଓ କଣିହାଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଡଙ୍ଗା ବୁଡ଼ିବାର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ପୁଲିସ ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।
Comments ସମସ୍ତ ମତାମତ