Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବୃଦ୍ଧଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା

    Share on :
    ajab-Image
    Date: Oct 11, 2026    Views: 3839

    ଆସ୍କା :‎ ସାମାନ୍ୟ ବଚସାରୁ ବୃଦ୍ଧଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ବ୍ରାହ୍ମଣଛାଇ ଗାଁରେ । ମୃତକ ହେଲେ ସେହି ଗାଁର କଂଗ୍ରେସ ନାହାକ । 
    ସୂଚନାଅନୁସାରେ, ବିଳମ୍ବିତ ରାତିରେ ଦୁଇ ଯୁବକଙ୍କ ସହ ବୃଦ୍ଧଙ୍କର ବଚସା ହୋଇଥିଲା । ଫଳରେ ଉତ୍ୟକ୍ତ ହୋଇ ଦୁଇ ଯୁବକ ତାଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ହିଁ ବୃଦ୍ଧ ଗୁରୁତର ହୋଇପଡ଼ିଥିଲେ । ପରିବାର ଲୋକେ ତାଙ୍କୁ ହିଞ୍ଜିଳି ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ମୃତଦେହ ଜବତ କରି ଦୁଇ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook