Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ନାଗ ସହ ରିଲ୍ସ, ଗଲା ଜୀବନ

    Share on :
    ajab-Image
    Date: Oct 10, 2026    Views: 2467

    ପୁରୀ: ବିଷାକ୍ତ ସାପକୁ ସହଜରେ  କାବୁ କରିନେଉଥିଲେ । ଯାହା ଘରେ ସାପ ପଶୁଥିଲା  ସେଠାରେ ପହଞ୍ଚି ଧରୁଥିଲେ । ସାପ ସହ ରିଲ୍ସ  କରୁଥିଲେ । ସାପ ସହ ଖେଳୁଥିବାରୁ ଦୃଶ୍ୟର ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ୍‌  କରୁଥିବା ସାପ ଧରାଳିଙ୍କର ଶୁକ୍ରବାର ନାଗ ସାପ  ଦଂଶନରେ ମୃତ୍ୟୁ ହୋଇଛି । ମୃତକ ହେଲେ  ସଦରଥାନା ଅଧୀନ କଣ୍ଠପୁର ଗ୍ରାମର ତପନକୁମାର ପ୍ରଧାନ(୨୮) । ତପନଙ୍କ ମୃତ ଶରୀରକୁ  ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଶବ ସଂରକ୍ଷଣ ଗୃହରେ  ରଖାଯାଇଛି । ଶନିବାର ବ୍ୟବଚ୍ଛେଦ ପରେ ପରିବାର  ସଦସ୍ୟକୁ ଶବ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂତ୍ରରୁ ଜଣାପଡିଛି ।
    ସମ୍ପର୍କୀୟଙ୍କ କହିବାନୁଯାୟୀ, ଶୁକ୍ରବାର ଅପରାହ୍ଣ ୨ଟା । ନିଜ ଘର ବାରଣ୍ଡାରେ  ଏକ ନାଗ ସାପ ସହ ରିଲ୍‌ସ କରିବା ସହ ଫଟୋ  ଉତ୍ତୋଳନ କରୁଥିଲେ ତପନ । ଏହି ସମୟରେ  ନାଗ ସାପଟି ପ୍ରଥମେ ଡାହାଣ ହାତର ଆଙ୍ଗୁଠିକୁ  କାମୁଡ଼ିଥିଲା । ପରେ ପରେ କହୁଣୀ ଓ ବାହୁକୁ  ସାପ ଚୋଟ ପକାଇଥିଲା । ତପନ ଏକ ଘରୋଇ  ଚିକିତ୍ସାଳୟରେ ଭତ୍ତି ର୍ ହୋଇଥିଲେ । ସେଠାରେ ସେମାନେ ଗୋଟିଏ ଇଞ୍ଜେକ୍‌ସନ୍‌ ଦେଇଥିଲେ ।  ୧୦ମିନିଟ୍‌ ପରେ ଆଉ ଏକ ଇଞ୍ଜେକସନ୍‌ ଦେବାକୁ  ଡାକ୍ତର ତପନକୁ ପରାମର୍ଶ ଦେଇଥିଲେ । କିନ୍ତୁ  ତପନ ଇଞ୍ଜେକସନ୍‌ ନନେଇ ଘରକୁ ଫେରି  ଆସିଥିଲେ । ଅପରାହ୍ଣରେ ତପନଙ୍କ ଶରୀର  ଅସୁସ୍ଥ ହୋଇପଡ଼ିଥିଲା । ପରିବାର ଲୋକେ ଜିଲ୍ଲା  ମୁଖ୍ୟଚିକିତ୍ସାଳୟରେ ଭତ୍ତି ର୍ କରିଥିଲେ । ଡାକ୍ତର  ତପନକୁ ମୃତ ଘୋଷଣା କରିଥିଲେ । ସୂଚନାଯୋଗ୍ୟ,  ତପନ ତାଙ୍କ ଜୀବନରେ ଶତାଧିକ ସାପକୁ ଧରିଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook