Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସ୍ୱାମୀଙ୍କ ମୃତ୍ୟ ପରେ ଆଖି ବୁଜିଲେ ସ୍ତ୍ରୀ

    Share on :
    ajab-Image
    Date: Oct 4, 2026    Views: 3195

    ଅନୁଗୋଳ; ସ୍ବାମୀଙ୍କ ମୃତ୍ୟୁର କେଇ ଘଣ୍ଟା ମଧ୍ୟରେ ଆଖି ବୁଜି ବୁଜିଲେ ସ୍ତ୍ରୀ । ଅନୁଗୋଳ ସହର ଉପକଣ୍ଠ ଜରାସିଂହା ଗ୍ରାମରେ ଏଭଳି ହୃଦୟବିଦାରକ ଘଟଣା ଶୋକାକୁଳ ପରିବେଶ ସୃଷ୍ଟି କରିଛି । ମୃତକ ହେଲେ ଜରାସିଂହା ଗ୍ରାମର ପବିତ୍ର ନାଏକ(୫୫) ଓ ତାଙ୍କ ପତ୍ନୀ ସାବିତ୍ରୀ ନାଏକ(୪୦) । ପବିତ୍ରଙ୍କ ଶୁକ୍ରବାର ବିଳମ୍ବିତ ରାତିରେ ହୃଦଘାତରେ ଦେହାନ୍ତ ହୋଇଥିବା ବେଳେ ଶନିବାର ଅପରାହ୍ନରେ ଅସୁସ୍ଥ ସାବିତ୍ରୀଙ୍କ ମୃତ୍ୟୁ ହୋଇଛି ।ସୂଚନା ମୁତାବକ, ମୃତ ପବିତ୍ର ପେଶାରେ ଜଣେ ଆଇନ୍‌ଜୀ ଜୀବୀ । ସେ ଅନୁଗୋଳ କୋର୍ଟରେ ଓକିଲାତି କରୁଥିଲେ ।  ସାବିତ୍ରୀ ଜଣେ ଏଏନ୍‌ଏମ୍ ଥିଲେ । ବତ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କେନ୍ଦ୍ରର ଇଙ୍କରବନ୍ଧରେ ସେ କାର୍ଯ୍ୟରତ ଥିଲେ । ମାସେ ତଳେ ପଦୋନ୍ନତିରେ ଏଲ୍‌ୱାନ୍‌ରେ ଯୋଗ ଦେଇଥିଲେ । ଏକମାତ୍ର ଝିଅକୁ ନେଇ ଛୋଟ ପରିବାର । ଅନୁଗୋଳ ସହର ଉପକଣ୍ଠ ପ୍ରଗତିନଗରରେ ରହୁଥିଲେ । କିଛିଦିନ ତଳେ ସାବିତ୍ରୀଙ୍କ ଦେହ ଅସୁସ୍ଥ ହୋଇଥିଲା । ସେ ଅନୁଗୋଳ ସହରର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ । ସେପଟେ ଗତରାତିରେ ପବିତ୍ରଙ୍କ ହୃଦଘାତରେ ଦେହାନ୍ତ ହୋଇଥିଲା । ଏହାକୁ ପତ୍ନୀ ସାବିତ୍ରୀ ଗ୍ରହଣ ପାରିନଥିଲେ । ତାଙ୍କ ସ୍ୱାସ୍ୟାବସ୍ଥାରେ ଅବନତି ହୋଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା । ଶନିବାର ଅପରାହ୍ନରେ ସାବିତ୍ରୀଙ୍କ ମୃତ୍ୟୁ ହୋଇଥିଲା । ପୂର୍ବାହ୍ନରେ ପବିତ୍ରଙ୍କ ଗାଁ ଶ୍ମଶାନରେ ଶେଷକୃତ୍ୟ ହୋଇଥିବା ବେଳେ ସନ୍ଧ୍ୟାରେ ସାବିତ୍ରୀଙ୍କ ମରଶରୀର ପହଞ୍ଚିବା ପରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଦମ୍ପତିଙ୍କ ଅକାଳ ବିୟୋଗରେ ଆଇନ୍‌ଜୀବୀ ଓ ସ୍ବାସ୍ଥ୍ୟ ବିଭାଗ ସହିତ ଅନୁଗୋଳରେ ଶୋକର ଛାୟା ଖେଳିଯାଇଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook