ମୁଖ୍ୟ ଖବର
ବୌଦ୍ଧ : ପାଟ୍ରୋଲିଂ ବେଳେ ବଜ୍ରପାତରେ ଚାଲିଗଲା ଅବକାରୀ ଏସଆଇଙ୍କ ଜୀବନ । ବଜ୍ରପାତର ଶିକାର ହୋଇ ପ୍ରାଣ ହରାଇଛନ୍ତି କଣ୍ଟାମାଳ ଅବକାରୀ ଥାନା ଏସଆଇ ପୁରୁଷୋତ୍ତମ ବେବର୍ତ୍ତା । କଣ୍ଟାମାଳ ଅବକାରୀ ଏସଆଇ ପୁରୁଷୋତ୍ତମ ବେବର୍ତ୍ତା ନିଜ ଟିମ୍ ସହ କଣ୍ଟାମାଳ ବ୍ଲକ୍ ଗୋଛାଗୋରା ନିକଟରେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ହଠାତ୍ ପ୍ରବଳ ଘଡଘଡି ସହ ବଜ୍ରପାତ ହୋଇଥିଲା । ବଜ୍ରାଘାତର ଶିକାର ହୋଇ ପୁରୁଷୋତ୍ତମ ସେଠାରେ ଅଚେତ୍ ହୋଇ ପଡ଼ିଯାଇଥିଲେ । ସାଥୀ କର୍ମଚାରୀମାନେ ତାଙ୍କୁ ତୁରନ୍ତ ଉଦ୍ଧାର କରି କଣ୍ଟାମାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅବକାରୀ ଅଧିକାରୀଙ୍କ ଏପରି ଅକାଳ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳ ସହ ଅବକାରୀ ବିଭାଗରେ ଶୋକର ଛାୟା ଖେଳିଯାଇଛି।
Comments ସମସ୍ତ ମତାମତ