Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଫରେଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

    Share on :
    ajab-Image
    Date: Sep 21, 2026    Views: 3305

    ବଲାଙ୍ଗୀର: ବଲାଙ୍ଗୀର ଫରେଷ୍ଟ ରେଞ୍ଜ ଅଫିସ ପଛପଟେ ଥିବା ଷ୍ଟାଫ କ୍ବାଟରରୁ ଝୁଲନ୍ତା ଅବସ୍ଥାରେ ଫରେଷ୍ଟରଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଫରେଷ୍ଟର ଜଣକ ହେଉଛନ୍ତି ବ୍ୟାସଦେବ ସାହୁ । ସେ ବଲାଙ୍ଗୀର ଫରେଷ୍ଟର ଭାବେ କାମ କରୁଥିଲେ ।ରବିବାର ଦିନ ଘର ଭିତରୁ ଫରେଷ୍ଟର ବ୍ୟାସଦେବ ସାହୁ ବାହାରି ନଥିଲେ । ଅପରାହ୍ନରେ ଅନ୍ୟ ଏକ ଷ୍ଟାଫ ଯାଇଥିବା ବେଳେ ଭିତରୁ କବାଟ ବନ୍ଦ ଥିବା ଦେଖିଥିଲେ । ବାରମ୍ବାର ଡାକିବା ପରେ ମଧ୍ୟ ଶୁଣିନଥିଲେ । ପରେ ପୋଲିସକୁ ଖବର ଦେଇଥିଲେ। ଟାଉନ ଥାନା ପୋଲିସ ପହଞ୍ଚି ଘର ଭିତରୁ ବ୍ୟାସଦେବଙ୍କ ମୃତଦେହ ଉଦ୍ଧାର କରିଛି । ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ । ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook