Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ୩୬ ଘଣ୍ଟା ପରେ ମିଳିଲା ଅଟୋଚାଳକଙ୍କ ମୃତଦେହ

    Share on :
    ajab-Image
    Date: Sep 9, 2026    Views: 3069

    ବାଲିଅନ୍ତା: ବାଲିଅନ୍ତା କୁଆଖାଇ ନଦୀରେ ଅଟୋ ଚାଳକ ସଞ୍ଜୟ ସ୍ୱାଇଁ ନିଖୋଜ ଘଟଣାର ୩୬ ଘଣ୍ଟା ପରେ ତାଙ୍କ ମୃତଦେହ ଉଦ୍ଧାର  ଉଦ୍ଧାର ହୋଇଛି l ବାଲିଅନ୍ତା ଅଗ୍ନିଶମ ବାହିନୀ ଦୀର୍ଘ ୩୬ ଘଣ୍ଟା କାଳ ସର୍ଚ୍ଚ ଅପରେସନ କରି ଶବ ଠାବ କରିବାରେ ସଫଳ ହୋଇଥିଲେ l ଘଟଣାସ୍ଥଳ ଟଙ୍କପାଣି ବ୍ରିଜ ଠାରୁ ପ୍ରାୟ ୨ କିମି ଦୂର ଲିଙ୍ଗିପୁର  ପାର୍ଶ୍ଵରେ ମୃତଦେହ ଠାବ କରିଥିଲେ l ଖବର ପାଇ ବାଲିଅନ୍ତା ଥାନା ପୁଲିସ ପହଞ୍ଚିଥିଲା l
    ଏପଟେ ଖବର ପାଇ ପରିବାର ଲୋକ ପହଞ୍ଚିବା ପରେ ମୃତଦେହ ବ୍ୟବଛେଦ ନେଇ କ୍ୟାପିଟାଲ ହସ୍ପିଟାଲ ପଠାଯାଇଥିଲା l ଉଲ୍ଲେଖ ଯୋଗ୍ୟ ଗତ ୭ ତାରିଖ ରାତି ୧୦ଟା ସମୟରେ ହରଚଣ୍ଡୀ ସାହିର ସଞ୍ଜୟ ପତ୍ନୀଙ୍କ ସହ ଝଗଡ଼ା କରି ନିଖୋଜ ହୋଇଯାଇଥିଲେ l କିଛି ସମୟ ପରେ ଟଙ୍କପାଣି ବ୍ରିଜ ଉପରୁ ତାଙ୍କର ଅଟୋ ଚପଲ, ଗାଡ଼ି ଚାବି, ଏବଂ ମୋବାଇଲ ଫୋନ ମିଳିଥିଲା l ବାଲିଅନ୍ତା ଅଗ୍ନିଶମ ବାହିନୀ, ଭୁବନେଶ୍ୱର ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଟିମ ସର୍ଚ୍ଚ ଅପରେସନ ଜାରି ରଖିଥିଲେ  l

    Maximum 500 characters

    ରାଜ୍ୟ ଖବର View all

    Find Us on Facebook