Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବିଷାକ୍ତ ମଦ ପିଇ ଚାଲିଗଲା ୧୧ ଜୀବନ

    Share on :
    ajab-Image
    Date: Sep 6, 2026    Views: 2762

    ଭୋପାଳ: ମଧ୍ୟପ୍ରଦେଶର ସାଗରରେ ବିଷାକ୍ତ ମଦ ପିଇ ୧୧ ଜଣଙ୍କ ଜୀବନ ଚାଲିଯାଇଛି। ଆଉ ୩ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛି। ତେବେ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ଶନିବାର ରାତିରେ ମଦ ପିଇବା ପରେ ବାନ୍ତି କରିବା ସହ ଅସୁସ୍ଥ ହୋଇ ପଡ଼ିଥିଲେବଣ୍ଡା ବିଧାୟକ ବୀରେନ୍ଦ୍ର ସିଂହ, ସାଗର କଲେକ୍ଟର ପ୍ରତିଭା ପାଲ, ପୋଲିସ ଅଧୀକ୍ଷକ ଅନୁରାଗ ସୁଜାନିଆ ଏବଂ ମୁଖ୍ୟ ଚିକିତ୍ସା ଏବଂ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଦେବେଶ ପାଟେରିଆଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଏବଂ ଜନପ୍ରତିନିଧିଙ୍କ ସହିତ ଡାକ୍ତରଖାନା ଯାଇଥିଲେ।ଅଧିକାରୀମାନେ ଡାକ୍ତରଙ୍କୁ ଭେଟି ରୋଗୀଙ୍କ ଅବସ୍ଥା ଏବଂ ଘଟଣା ପାରିପାର୍ଶ୍ୱିକ ପରିସ୍ଥିତିର ସମୀକ୍ଷା କରିଥିଲେ। ପ୍ରଭାବିତ ଲୋକମାନେ ପାଟଣ, ନୌରାଜଜ, ଦିଲୋନା, ବାମୁରା, ହିନୌଟି ଆଦି ଅଞ୍ଚଳର ବୋଲି ଜଣାପଡ଼ିଛି।

    ଘଟଣାସ୍ଥଳକୁ ଯିବା ପାଇଁ ବରିଷ୍ଠ ଅଧିକାରୀ ଓ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ନିର୍ଦ୍ଦେଶ ଦେଇଛନ୍ତି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook