ମୁଖ୍ୟ ଖବର
ରାୟଗଡା: ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ବରିଗୁଡା ଗ୍ରାମର ନିକଟସ୍ଥ ଜଙ୍ଗଲରୁ ଗୋଟିଏ ଜରି ବସ୍ତାରେ ବନ୍ଧା ହୋଇ ଜଣେ ନାବାଳକର ମୃତଦେହ ଫିଙ୍ଗା ହୋଇଥିବା ଦେଖିବାକୁ ମିଳିଛି I ସୂଚନାରୁ ଜଣାପଡିଛି ସ୍ଥାନୀୟ ପିଲା ମାନେ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରୁଥିବାବେଳେ ଗୋଟିଏ ଜରି ବସ୍ତା ପଡିଥିବା ଏବଂ ସେଥିରୁ ଦୁର୍ଗନ୍ଧ ଆସୁଥିବା ଦେଖିଥିଲେ I ପିଲାମାନେ ଘଟଣାକୁ ନେଇ କିଛି ବଡ ପିଲାଙ୍କୁ କହିବା ପରେ ସେହି ଜାଗାରେ ପହଞ୍ଚି ଜରି ବସ୍ତାକୁ କାଟି ଥିଲେ ସେଥିରେ ଗୋଟିଏ ପଚିଯାଇଥିବା ନାବାଳକ ମୃତଦେହ ବାହାରିଥିଲା I
ନାବାଳକ ଜଣଙ୍କ ହାଫ ପ୍ୟାଣ୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି I ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି I ସ୍ଥାନୀୟ ଜଣେ ଯୁବକ ଏହି ଘଟଣାକୁ ସମାଜିକ ଗଣମାଧ୍ୟମରେ ଛାଡିଥିବା ଦେଖିବାକୁ ମିଳିଛି I ଏଯାଏଁ ପରିଚୟ ମିଳି ପାରି ନଥିବା ବେଳେ ଘଟଣାକୁ ନେଇ ଆଲୋଚନା ଯୋର ଧରିଛି I ଏଠାରେ ସୂଚନାଯୋଗ୍ୟଯେ ଚନ୍ଦ୍ରପୁର ବ୍ଲକ ଡାଙ୍ଗସୋରଡ଼ା ଆବାସିକ ବିଦ୍ୟାଳୟର ଛାତ୍ର ନିଖୋଜ ଅଛନ୍ତି I ବିଷମକଟକ ପୁଲିସ ବସ୍ତାରୁ ମିଳିଥିବା ମୃତଦେହ ସମ୍ପର୍କରେ କୌଣସି ରିପୋର୍ଟ ହୋଇନଥିବା ସୂଚନା ଦେଇଛି I
Comments ସମସ୍ତ ମତାମତ