Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପଲିଥିନ୍ ଭିତରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

    Share on :
    ajab-Image
    Date: Aug 16, 2026    Views: 2611

    ସୁନ୍ଦରଗଡ଼: ପଲିଥିନ୍ ଭିତରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର। ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ବଜାର ନିକଟ ୧୪୩ ନମ୍ବର ଜାତୀୟ ରାଜପଥ ଉପରୁ ଆଜି ସକାଳୁ ଜଣେ ଅଜଣା ଯୁବକଙ୍କ ମୃତଦେହ ମିଳିବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିଛି। 

    ସୂଚନା ଅନୁଯାୟୀ, ରବିବାର ସକାଳୁ ରାସ୍ତା ଉପରେ ଏକ ନୀଳ ରଙ୍ଗର ପଲିଥିନ୍ ସନ୍ଦିଗ୍ଧ ଅବସ୍ଥାରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏନେଇ ଚାନ୍ଦିପୋଷ ପୁଲିସକୁ ଖବର ଦିଆଯାଇଥିଲା। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପଲିଥିନ୍ ଭିତରୁ ମୃତଦେହ ଉଦ୍ଧାର କରିଛି।
    ମୃତ ଯୁବକଙ୍କ ପରିଚୟ ଏଯାଏ ଜଣାପଡ଼ିନାହିଁ। ଯୁବକଙ୍କ ଦେହରେ ସାର୍ଟ ନଥିବା ବେଳେ ମୃତଦେହକୁ ପଲିଥିନ୍ ଭିତରେ ରଖାଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳର ପାରିପାର୍ଶ୍ୱିକ ପରିସ୍ଥିତିକୁ ନେଇ ଯୁବକଙ୍କୁ ହତ୍ୟା କରାଯାଇ ଏଠାରେ ଫୋପାଡ଼ି ଦିଆଯାଇଥିବା ସନ୍ଦେହ ପ୍ରକାଶ ପାଉଛି। ତେବେ ଏହା ହତ୍ୟାକାଣ୍ଡ କି ଅନ୍ୟ କୌଣସି କାରଣରୁ ମୃତ୍ୟୁ ଘଟିଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ଘଟଣାକୁ ନେଇ ଚାନ୍ଦିପୋଷ ପୁଲିସ ତଦନ୍ତ ଆରମ୍ଭ କରିଛି। ମୃତ ଯୁବକଙ୍କ ପରିଚୟ ଜାଣିବା ସହ ମୃତ୍ୟୁର ପ୍ରକୃତ କାରଣ ଓ ଘଟଣା ପଛର ରହସ୍ୟ ଉନ୍ମୋଚନ ପାଇଁ ପୁଲିସ ପକ୍ଷରୁ ଛାନ୍‌ଭିନ୍ ଚାଲିଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook