Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ହୋଟେଲରୁ ଖସିପଡ଼ି ଯୁବକ ମୃତ

    Share on :
    ajab-Image
    Date: Aug 2, 2026    Views: 3995

    ପୁରୀ : ପୁରୀ ବଳିଆପଣ୍ଡା ଥାନା ଅଞ୍ଚଳରେ ଥିବା ଏକ ହୋଟେଲରୁ ଖସିପଡ଼ି ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତ ଯୁବକ ଜଣେ ଡ୍ରାଇଭର। ତାଙ୍କ ଅର୍ଜୁନ କିଶାନ।
    ସୁନ୍ଦରଗଡ଼ର ଏକ ଘରୋଇ କମ୍ପାନୀର ୪ ଜଣ କର୍ମଚାରୀଙ୍କ ସହ ଆସିଥିଲେ ଡ୍ରାଇଭର ଅର୍ଜୁନ କିଶାନ। ସେମାନେ ବଳିଆପଣ୍ଡା ଥାନା ଅଞ୍ଚଳରେ ଥିବା ଏକ ହୋଟେଲରେ ରହୁଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଆଜି ସକାଳେ ଏ ଘଟଣା ସାମ୍ନାକୁ ଆସିଥିଲା।
    କୁହାଯାଉଛି, ଅର୍ଜୁନ ହୋଟେଲର ସପ୍ତମ ମହଲାରୁ ଖସି ପଡ଼ିଥିଲେ। ହୋଟେଲ ତରଫରୁ ଏନେଇ ପୁଲିସକୁ ସୂଚନା ଦିଆଯାଇଥିଲା। ବଳିଆପଣ୍ଡା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ଏହା ପରେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। 

    ଯେଉଁ କର୍ମଚାରୀମାନଙ୍କ ସହିତ ଅର୍ଜୁନ ଆସିଥିଲେ, ସେମାନଙ୍କୁ ସମସ୍ତଙ୍କୁ ପଚରାଉଚରା କରାଯାଉଛି ବୋଲି ବଳିଆପଣ୍ଡା ଥାନା ଅଧିକାରୀ କହିଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଓ ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି କୁହାଯାଉଛି। 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook