ମୁଖ୍ୟ ଖବର
ନୂଆଦିଲ୍ଲୀ: ମହାରାଷ୍ଟ୍ରର ଭିୱାଣ୍ଡିରେ ବଡ଼ ଅଘଟଣ ଘଟିଛି । ଏକ ଚାରି ମହଲା କୋଠାର ଏକ ଅଂଶ ହଠାତ୍ ଭୁଶୁଡ଼ି ପଡ଼ିଛି । ଏହି ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଏନଡିଆରଏଫ ଦଳଗୁଡ଼ିକ ଭଗ୍ନାବଶେଷରୁ ଜଣେ ମହିଳାଙ୍କୁ ଜୀବିତ ଉଦ୍ଧାର କରିଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି । କୋଠାର ମରାମତି କାର୍ଯ୍ୟ ଚାଲିଛି । ଭିତରେ ଅତି କମରେ ତିନିରୁ ଚାରି ଜଣ ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଉଛି । ଭୁଶୁଡ଼ି ପଡ଼ିଥିବା କୋଠାର ମରାମତି ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଅଧିକାରୀଙ୍କ ସୂଚନା ଅନୁସାରେ ଭିୱାଣ୍ଡି ପାୱାରଲୁମ୍ ସହର ବାଲାଜୀ ନଗର ଅଞ୍ଚଳରେ ଅବସ୍ଥିତ କୋହିନୂର କୋଠାର ଏକ ଅଂଶ ଗୁରୁବାର ବିଳମ୍ବିତ ରାତିରେ ଭୁଶୁଡି ପଡିଛି । ରାତି ପ୍ରାୟ ୧୧ଟା ବେଳେ ଅଘଟଣ ଘଟିଛି । ଏ ପର୍ଯ୍ୟନ୍ତ ୭ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛନ୍ତି ।
କୋଠାଟି ବିପଦପୂର୍ଣ୍ଣ ଅବସ୍ଥାରେ ଥିଲା- ଭିୱାଣ୍ଡିର ନାରପୋଲିର ଭଣ୍ଡାରୀ କମ୍ପାଉଣ୍ଡର ଗଙ୍ଗାରାମ ୱାଡି ଅଞ୍ଚଳରେ ଥିବା ୪ ମହଲା କୋହିନୂର ଆପାର୍ଟମେଣ୍ଟ (ବି-ୱେଙ୍ଗ) କୋଠାର ଏକ ବଡ଼ ଅଂଶ ଭୁଶୁଡ଼ି ପଡିଲା । ଭିୱାଣ୍ଡି ନିଜାମପୁର ନଗନର ପୂର୍ବରୁ କୋଠାଟିକୁ ବିପଦପୂର୍ଣ୍ଣ ଘୋଷଣା କରିଥିଲା । ୪ରୁ୫ ଜଣ ଲୋକ ଏବେ ବି ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫ ଏବଂ ଅଗ୍ନୀଶମ ବାହିନୀ ଦଳ ଘଟଣାସ୍ଥଳରେ କାର୍ଯ୍ୟ ଜାରି ରଖିଛନ୍ତି ।
Comments ସମସ୍ତ ମତାମତ