Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବାହୁଡ଼ା ଯାତ୍ରାରେ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

    Share on :
    ajab-Image
    Date: Jul 25, 2026    Views: 3285

     ପୁରୀ : ବାହୁଡ଼ା ଯାତ୍ରାରେ ଅଭାବନୀୟ ଘଟଣା । ଶୁକ୍ରବାର ଜଣେ ଭକ୍ତଙ୍କ ମୃତ୍ୟୁ ଘଟିଛି । ଏନେଇ ପୁରୀ ପୋଲିସ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । ମୃତକ ଜଣକ ହେଉଛନ୍ତି ଅଭିରାମ ଦାସ (୫୭) । ତାଙ୍କ ଘର କଟକ ବୋଲି ଜଣାପଡ଼ିଛି ।

    ବାହୁଡା ଯାତ୍ରାରେ ଅଣନିଶ୍ବାସୀ ହୋଇ ଅଭିରାମ ଦାସ ନାମକ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସୁଭଦ୍ରା ରଥ ନିକଟରେ ଅଭିରାମ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ପ୍ରାଥମିକ ସୂଚନା ଅନୁଯାୟୀ ସେ ଉଚ୍ଚ ରକ୍ତଚାପ (High Blood Pressure) ଜନିତ ସମସ୍ୟାରେ ପୀଡ଼ିତ ଥିଲେ । ତୁରନ୍ତ ତାଙ୍କୁ ନିକଟସ୍ଥ ବଗଲା ପ୍ରାଥମିକ ଚିକିତ୍ସା କେନ୍ଦ୍ର (First Aid Centre) କୁ ନିଆଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH) କୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।ଏପଟେ ଜନ୍ମବେଦୀରେ ଲୀଳାଖେଳା ପରେ ବାହୁଡ଼ିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ନବଦିନାତ୍ମକ ଯାତ୍ରା ଶେଷ କରି ଫେରିଛନ୍ତି ମହାପ୍ରଭୁ । ଶ୍ରୀମନ୍ଦିର ସିଂହଦ୍ବାର ଆଗରେ ୩ ରଥ । ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଦେଖିବାକୁ ଜନସମୁଦ୍ର ପାଲଟିଥିଲା ଶ୍ରୀକ୍ଷେତ୍ର ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook