ମୁଖ୍ୟ ଖବର
ପୁରୁଷୋତ୍ତମପୁର: ଗଞ୍ଜାମଜିଲ୍ଲା ପୁରୁଷୋତ୍ତମପୁର ଥାନା ଅଧୀନ ତାରାତାରିଣୀ ପୀଠ ନିକଟ ଲକ୍ଷ୍ମୀପ୍ରିୟା ହୋଟେଲ ତଳୁ ଆଜି ଜଣେ ଯୁବକଙ୍କ ଶବ ଠାବ ହୋଇଛି। ମୃତକ ଜଣକ ହେଲେ ପୁରୀର ମନୋଜ ସ୍ବାଇଁ। ମନୋଜ ଓ ତାଙ୍କର ଅନ୍ୟ ଦୁଇ ସହଯୋଗୀ ତାରାତାରିଣୀ ପୀଠର ରୋପଓ୍ବେ କାର୍ଯ୍ୟରେ ନିୟୋଜିତ ଥିଲେ। ସେମାନେ ଏହି ହୋଟେଲର ତୃତୀୟ ମହଲାରେ ରହୁଥିଲେ।
ଆଜି ସକାଳେ ମନୋଜଙ୍କ ଶବ ହୋଟେଲ ତଳୁ ମିଳିଥିଲା।ଛାତରୁ ଖସି ନା ଅନ୍ୟ କୌଣସି କାରଣରୁ ତାଙ୍କର ମୃତ୍ୟୁ ଘଟିଛି, ଏନେଇ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ହୋଇନାହିଁ। ପୁଲିସ ପହଞ୍ଚି ଶବକୁ ଜବତ କରିଥିବା ବେଳେ ମୃତକଙ୍କ ପରିବାରକୁ ଅବଗତ କରାଯାଇଛି।
Comments ସମସ୍ତ ମତାମତ