Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପରଲୋକରେ ଖ୍ୟାତନାମା ନିର୍ଦ୍ଦେଶକ ରମେଶ ମହାନ୍ତି

    Share on :
    ajab-Image
    Date: Jun 29, 2026    Views: 2360

    ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର, ଯାତ୍ରା ଓ ମଞ୍ଚ ଜଗତର ଖ୍ୟାତନାମା ନିର୍ଦ୍ଦେଶକ ରମେଶ ଚନ୍ଦ୍ର ମହାନ୍ତି ଆଉ ନାହାନ୍ତି । ଯାତ୍ରା ଜଗତର ଲୋକପ୍ରିୟ ନିର୍ଦ୍ଦେଶକ ଭାବେ ଚାରି ଦଶନ୍ଧି ଧରି  ଅନେକ ଚର୍ଚ୍ଚିତ ନାଟକର ନିର୍ଦ୍ଦେଶନା ଦେଇ ଖୁବ ଚର୍ଚ୍ଚାରେ ଥିଲେ ସ୍ବର୍ଗତ ରମେଶ ମହାନ୍ତି ।
    ତାଙ୍କ ନିର୍ଦ୍ଦେଶିତ ଚର୍ଚ୍ଚିତ ଯାତ୍ରା ନାଟକ ଭିତରେ ମୋ ପେଁ କାଳି ବଜେଇ ଦେ, କଞ୍ଚା ଡାହାଣୀ ଓ ମୋ ସିଲଟ ଶୁଖି ଯା ଆଦି ରହିଛି। ରମେଶ  ମହାନ୍ତି ତିନିଟି ଓଡ଼ିଆ ଛବିର ବି ନିର୍ଦ୍ଦେଶନା ଦେଇଥିଲେ। ସେଥିମଧ୍ୟରୁ ପ୍ରଥମଟି ହେଲା ‘ବତାସୀ ଝଡ଼’। ଏହି ସିନେମାର ଏକ ଗୀତ ଏ ଲାଖି ଯାଏ ଦେଖି.. ଆଜି ବି ବେଶ୍ ଲୋକପ୍ରିୟ। ଏହି ଗୀତରେ କଣ୍ଠଦାନ କରିଥିଲେ ୟେଶୁ ଦାସ , ହେମଲତା ଓ ସିକନ୍ଦର୍ ଆଲାମ୍। ପ୍ରଖ୍ୟାତ ବଲିଉଡ ସଙ୍ଗୀତକାର ସଲିଲ ଚୌଧୁରୀ ଏହାର ସ୍ବରକାର। ଏହାପରେ ଜଣାଶୁଣା ଔପନ୍ୟାସିକ ଭାଗିରଥୀ ଦାସଙ୍କ ବହୁଚର୍ଚ୍ଚିତ ଉପନ୍ୟାସ ‘ପରଝିଅ ଘର ଭାଙ୍ଗେନା’କୁ ସିନେରୂପ ଦେଇଥିଲେ ରମେଶ ମହାନ୍ତି, ଯେଉଁଥିରେ ଅଜିତ ଦାସ ଓ ତନ୍ଦ୍ରା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ତାଙ୍କ ନିର୍ଦ୍ଦେଶିତ ଅନ୍ୟ ଏକ ସିନେମା ହେଲା ‘ସତ କେବେ ଲୁଚି ରହେନା’, ଯେଉଁଥିରେ ଉତ୍ତମ ମହାନ୍ତି, ଅପରାଜିତା ଓ ତନ୍ଦ୍ରା ଆଦି ନଜର ଆସିଥିଲେ ମୁଖ୍ୟ ଭୂମିକାରେ। ଏହାଛଡ଼ା ସେ ଅନେକ ମଞ୍ଚ ନାଟକ ଓ ଟେଲି ଫିଲ୍ମର ବି ନିର୍ଦ୍ଦେଶନା ଦେଇଥିଲେ। ସେ ଆଉ ଏକ ଓଡ଼ିଆ ସିନେମାର ବି ନିର୍ଦ୍ଦେଶନା ଦେଉଥିଲେ, କିନ୍ତୁ ତାହା ଅସଂପୂର୍ଣ୍ଣ ରହିଥିଲା। ତାଙ୍କର ବିୟୋଗ ଯାତ୍ରା ଜଗତ, ମଞ୍ଚ ନାଟକ ଓ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି। 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook