Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    SIR କାମ ଚାପରେ ଜୀବନ ହାରିଲେ ପ୍ରଧାନଶିକ୍ଷକ!

    Share on :
    ajab-Image
    Date: Jun 19, 2026    Views: 2532

    ବୌଦ୍ଧ: ବୌଦ୍ଧ ଜିଲା ଡିମିରିଖୋଲ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। SIR କାମ ଚାପରେ ଜଣେ ପ୍ରଧାନଶିକ୍ଷକ ଜୀବନ ହାରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ବୌଦ୍ଧ ଡିମିରିଖୋଲ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶୟନ ସାହୁ। ସେ SIR କାମରେ BLO ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ।

    ଅନ୍ୟପକ୍ଷେ SIR କାମ ଚାପରେ ବାପା ବିଷ ପିଇ ଜୀବନ ହାରିଥିବା ପୁଅ ଅଭିଯୋଗ କରିଛନ୍ତି। ସେ ପୁଣି କହିଛନ୍ତି ଯେ, ବାପାଙ୍କୁ ସସପେଣ୍ଡ କରିବାକୁ ଧମକ ଦିଆଯାଇଥିଲା। ଏନେଇ ସେ ମାନସିକ ଚାପରେ ରହୁଥିଲେ। ଫଳରେ ସେ ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଗୁରୁତର ହୋଇପଡିଥିଲେ। ତାଙ୍କୁ ସୋନପୁର ଜିଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ଜିଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଶିକ୍ଷକଙ୍କ ମହଳରେ ଶୋକର ଛାୟା ଖେଳି ଯାଇଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook