Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସୋନନଦୀକୁ ଗାଧୋଇବାକୁ ଯାଇ ୨ ନାବାଳକଙ୍କ ମୃତ୍ୟୁ

    Share on :
    ajab-Image
    Date: Jun 10, 2026    Views: 2606

    ନୀଳଗିରି ; ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ ଦେଇ ପ୍ରବାହିତ ସୋନନଦୀରେ ଗା‌ଧୋଇବା ସମୟରେ ଆଜି ୨ ଜଣ ନାବାଳକଙ୍କର ମୃତ୍ୟୁ ଘଟିଛି। ଏହି ଅଘଟଣରୁ ଜଣେ ନାବାଳକ ବର୍ତ୍ତି ଯାଇଛି। ମୃତ ଦୁଇ ଜଣ ହେଲେ ଆକାଶ ମହାଳିକ (୧୨) ଏବଂ କାର୍ତ୍ତିକ ବେହେରା (୧୨)। ତେବେ ଆକାଶର ବଡ଼ପୁଅ  ଦୀପକ ଅଘଟଣରୁ ବର୍ତ୍ତି ଯାଇଛି। 

    ଆଜି ଦିନ ପ୍ରାୟ ୧୨ଟାରେ ନୀଳଗିରି ଥାନା ଅଧୀନସ୍ଥ ରାଧାକିଶୋରପୁର ପଂଚାୟତ ଅନ୍ତର୍ଗତ ପୁନ୍ଦାଳ ଗାଁର ଲଷ୍ମୀଧର ମହାଳିକଙ୍କ ବଡ଼ପୁଅ ଦୀପକ ଏବଂ ସାନ ପୁତ୍ର ଆକାଶଙ୍କ ସହିତ ସେହି ଗାଁର ପ୍ରଦୀପ ବେହେରା ଗାଁ ନିକଟ ଦେଇ ପ୍ରବାହିତ ସୋନନଦୀର ମନ୍ଦିରଘାଟକୁ ଗାଧୋଇବାକୁ ଯାଇଥିଲେ। ତେବେ ଅସାବଧାନତା ହେତୁ ପ୍ରଥମେ ଆକାଶ ପାଣିରେ ବୁଡ଼ି ଯାଉଥିଲା ବେଳେ କାର୍ତ୍ତିକ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲା। ଏହା ଦେଖି ଆକାଶର ବଡ଼ଭାଇ ଦୀପକ ପାଟି କରି ଗାଁ ଲୋକଙ୍କୁ ଡାକିଥିଲା। 

     

    ଗାଁ ଲୋକେ ଉକ୍ତ ଗଣ୍ଡରୁ ୨ନାବାଳକଙ୍କୁ ଉଦ୍ଧାର କରି ୧୦୮ଯୋଗେ ରେମୁଣାସ୍ଥିତ ମେଡ଼ିକାଲ କଲେଜକୁ ଚିକିତ୍ସା ପାଇଁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ୨ନାବାଳକଙ୍କ ମୃତ୍ୟୁରେ ରାଧାକିଶୋରପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook