Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    କୂଅ ସଫା କରୁଥିବା ବେଳେ ଜଣେ ମୃତ

    Share on :
    ajab-Image
    Date: Jun 9, 2026    Views: 3204

    ଆଳି: କୂଅସଫା କରୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଜଣେ ମୃତ ୨ ଗୁରୁତର। କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମାନପୁରପଟଣା ଗାଁରେ ଘଟିଛି ଏ ଅଘଟଣ।ଗାଁର ସୁକାନ୍ତ ପରିଡ଼ାଙ୍କର କୂଅ ସଫାକରିବା କରିବା ପାଇଁ ସକାଳେ ୩ଜଣ ଶ୍ରମିକ ଆସିଥିଲେ।ପ୍ରଥମେ ଜଣେ ଶ୍ରମିକ କୂଅ ସଫା କରିବା ପାଇଁ ଭିତରକୁ ପଶିଥିଲେ। କିଛି ସମୟ ପରେ ସେ ଅଚେତ ହୋଇପଡିଥିଲେ।ଅଚେତ ହୋଇପଡିଥିବା ଦେଖି ଉଦ୍ଧାର ପାଇଁ ଅନ୍ୟ ଜଣେ ଶ୍ରମିକ କୂଅ ଭିତରକୁ ପଶିଥିଲେ। ସେ ମଧ୍ୟ ଅଚେତ ହୋଇପଡିଥିଲେ।

    ୨ଜଣ ଅଚେତ ହୋଇପଡିବା ଦେଖି ଆଉ ଜଣେ ଶ୍ରମିକ ଭିତରକୁ ଉଦ୍ଧାର ପାଇଁ ଯାଇଥିଲେ। ଉଦ୍ଧାର କରିବା ସମୟରେ ସେ ମଧ୍ୟ ଅଚେତ ହୋଇପଡିଥିଲେ।ପାଟିତୁଣ୍ଡ ଶୁଣି ଗ୍ରାମବାସୀମାନେ ଏକାଠି ହୋଇ ୨ ଗୁରୁତରଙ୍କୁ ଉଦ୍ଧାର କରିଥିଲେ।ଦୁଇ ଗୁରୁତର ହେଉଛନ୍ତି ସମର୍କରେ ବାପ ପୁଅ।ପରେ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଁଚି ଜଣଙ୍କୁ ଉଦ୍ଧାର କରି ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଅନ୍ୟ ୨ଜଣ ଗୁରୁତର କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook