Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଗଳିତ ଝୁଲନ୍ତା ମୃତଦେହ ଉଦ୍ଧାର

    Share on :
    ajab-Image
    Date: Jun 7, 2026    Views: 3121

    ବାଲେଶ୍ବର: ଓଲନ୍ଦାସାରଗାଁ ଜଙ୍ଗଲରେ ଏକ ଗଛରେ ଝୁଲୁଥିବା ଗଳିତ ଶବକୁ ସଦର ଥାନା ପୁଲିସ ଶନିବାର ଉଦ୍ଧାର କରିଛି। ଉଦ୍ଧାର ମୃତବ୍ୟକ୍ତିଙ୍କ ଶରୀରର କିଛି ଅଂଶ ତଳେ ପଡ଼ିଥିବାବେଳେ ବାକି ଅଂଶ ଝୁଲନ୍ତା ଅବସ୍ଥାରେ ରହିଥିଲା। ତେବେ ବ୍ୟକ୍ତି ଜଣକ ଆତ୍ମହତ୍ୟା କରିଥିଲେ ନା ତାଙ୍କୁ ହତ୍ୟା କରି ଗଛରେ ଟାଙ୍ଗି ଦିଆଯାଇଥିଲା ତାହା ଜଣାପଡ଼ି ନାହଁ। ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିବା ଗାଁର କିଛି ମହିଳା ଏହି ଝୁଲନ୍ତା ଗଳିତ ଶବକୁ ଦେଖୁଥିଲେ । ସେମାନେ ଗ୍ରାମବାସୀଙ୍କୁ କହିବା ପରେ ଖବର ଥାନାକୁ ଯାଇଥିଲା। ଏହି ମୃତ ଶରୀର ୨୨ ଦିନ ପୂର୍ବରୁ ନିଖୋଜ ଥିବା ଓଲନ୍ଦା ସାରଗାଁ ପଞ୍ଚାୟତ ରାଘବପୁର ଅଞ୍ଚଳର କୈଳାସ ପ୍ରଧାନ(୬୦) ଙ୍କର ବୋଲି ଜଣାଯାଇଛି। ସେ ନିଖୋଜ ହେବା ରାତିରେ ଯେଉଁ ଲୁଙ୍ଗି ଓ ଟିସାର୍ଟ ପିନ୍ଧିଥିଲେ, ତାହା ମଧ୍ୟ ଘଟଣାସ୍ଥଳରୁ ମିଳିଛି। ସାଧାରଣତଃ ସେହି ଜଙ୍ଗଲ ଭିତରକୁ କେହି ଯାଉ ନଥ୍‌ବାରୁ, ବୃଦ୍ଧଙ୍କୁ ସେଠାରେ ହତ୍ୟ କରାଯାଇଥିବା ନେଇ ସନ୍ଦେହ ହେଉଛି। ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ସାଇଣ୍ଟିଫିକ୍ ଟିମ୍ ଓ ସ୍ପେଶାଲ୍ ସ୍କାର୍ଡର ତଦନ୍ତ ସାଙ୍ଗକୁ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ବୃଦ୍ଧଙ୍କ ମୃତ୍ୟୁ ରହସ୍ୟର ଉନ୍ମୋଚନ ହେବ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook