Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଟ୍ରେନରୁ ଖସି ବ୍ୟାଙ୍କ କର୍ମଚାରୀଙ୍କ ମୃତ୍ୟୁ

    Share on :
    ajab-Image
    Date: May 25, 2026    Views: 3336

    ରାୟଗଡା: ରାୟଗଡ଼ାଜିଲ୍ଲା ଅମ୍ବାଦଳା ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରୁ ଓହ୍ଲାଉଥିବା ବେଳେ ଗୋଡ଼ ଖସିଯିବାରୁ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ ଲାଞ୍ଜିଗଡ଼ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ  ଶାଖାର କର୍ମଚାରୀ ଦିଲୀପ କୁମାର ସାବତ। ଆଜି ଦିଲୀପ ଭୁବନେଶ୍ୱର-ଜୁନାଗଡ଼ ଏକ୍ସପ୍ରେସ୍‌ ଯୋଗେ ଆମ୍ବଦଳା ଯାତ୍ରା କରୁଥିଲେ ।
    ଆଜି  ସକାଳୁ ସେ  ଅମ୍ବାଦଳା ରେଳ ଷ୍ଟେସନରେ ଟ୍ରେନଟି ପହଞ୍ଚିବା ବେଳେ ଦିଲୀପ ଶୋଇ ପଡ଼ିଥିଲେ I ହଠାତ ନିଦ ଭାଙ୍ଗିଲା ବେଳକୁ ଟ୍ରେନଟି ଛାଡ଼ିଦେଇଥିଲା କିନ୍ତୁ ଦିଲୀପ ଓହ୍ଲାଇବାକୁ ଚେଷ୍ଟା କରିଥିଲେ। ମାତ୍ର ଚଳନ୍ତା ଟ୍ରେନରୁ ଓହ୍ଲାଉଥିବା ବେଳେ ତାଙ୍କର ଗୋଡ଼ ଖସିଯାଇଥିଲା ଏବଂ ସେ ଗୁରୁତର ଭାବେ ଆହତ ହୋଇଥିଲେ। ରେଳବାଇ ସୁରକ୍ଷା ବଳ ତୁରନ୍ତ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଅମ୍ବାଦଳା ମେଡିକାଲରେ ଭର୍ତ୍ତି କରିଥିଲା। ମାତ୍ର ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ଡାକ୍ତର ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଭବାନୀପାଟଣା ମେଡିକାଲକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ। ତେବେ ଦୁର୍ଭାଗ୍ୟବଶତଃ, ଭବାନୀପାଟଣା ନେବା ବାଟରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook