Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଖାଲରେ ପଡ଼ି ଶିଶୁ ମୃତ

    Share on :
    ajab-Image
    Date: May 25, 2026    Views: 3119

    ହାଟଡିହି: ଆନନ୍ଦପୁର ଉପଖଣ୍ଡ ଝଣଝାଣା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଗାଁରେ ଲିକେଜ ପାଣି ପାଇପ ମରାମତି ପାଇଁ ମେଗା କମ୍ପାନୀ ଖୋଳିଥିବା ଗାତରେ ପଡ଼ି ଶିଶୁପୁତ୍ରର ମୃତ୍ୟୁ ଘଟିଛି। ଅଭିଯୋଗ ଅନୁଯାୟୀ ଗତ ୫ବର୍ଷ ପୂର୍ବେ ଗାଁରେ ଯାଇଥିବା ମେଗା ପାନୀୟ ଜଳ ପ୍ରକଳ୍ପର ପାଇପ ଲିକ କରିବାରୁ କମ୍ପାନୀ କର୍ତ୍ତୃପକ୍ଷ ପାଇପ ଲିକେଜ ମରାମତି ପାଇଁ ରାସ୍ତା ମଝିରେ ଏକ ବିରାଟ ଗଭୀରର ଗାତ ଖୋଳିଦେଲେ। କିନ୍ତୁ ଆଉ ମରାମତି କଲେନି କି ଖାଲଟିକୁ ପୋତିଲେନି।
    ଗତକାଲି ଅପରାହ୍ନରେ ଗ୍ରାମର ଅରୁଣ ଖଣ୍ଡେଇଙ୍କ ଦୁଇ ବର୍ଷର ପୁଅ ଅନିଲ ଖେଳୁଥିବା ବେଳେ ଏହି ଖାଲରେ ପଡ଼ିଯାଇଥିଲେ। ଅନେକ ଖୋଜା ଖୋଜି କରିବା ପରେ ସନ୍ଧ୍ୟାରେ ଶିଶୁର ମୃତଦେହ ଉଦ୍ଧାର କରି ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିଲେ। କମ୍ପାନୀ କର୍ତ୍ତୃପକ୍ଷ ମୃତ ଶିଶୁର ପରିବାରକୁ କ୍ଷତିପୂରଣ ଦେବା ସହ ଖାଲକୁ ପୋତିବାକୁ ଦାବି କରିଛନ୍ତି ଲୋକେ। ମୃତ ଶିଶୁର ବାପା ଅରୁଣ ମଧ୍ୟ ଗତ କିଛି ମାସ ପୂର୍ବେ ଏହି ଖାଲରେ ପଡି଼ ଗୁରୁତର ହୋଇ ଘରେ ପଡି଼ ରହିଛନ୍ତି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook