ମୁଖ୍ୟ ଖବର
ନୂଆଦିଲ୍ଲୀ: ବିଶ୍ବର ସବୁଠାରୁ ଉଚ୍ଚତମ ଶୃଙ୍ଗ ଏଭରେଷ୍ଟ ଆରୋହଣ ପରେ ତଳକୁ ଫେରୁଥିବାବେଳେ ଦୁଇଜଣ ଭାରତୀୟ ପର୍ବତାରୋହୀ ପ୍ରାଣ ହରାଇଥିବା ଜଣାପଡିଛି। ମୃତ ଦୁଇ ପର୍ବତାରୋହୀ ହେଲେ ସନ୍ଦୀପ ଆରେ ଓ ଅରୁଣ ତିୱାରୀ। ସନ୍ଦୀପ ଗତ ବୁଧବାର ଏଭରେଷ୍ଟ ଆରୋହଣ କରିଥିଲେ। ତେବେ ତଳକୁ ଓହ୍ଲାଉଥିବାବେଳେ ସେ ସାଉଥ୍ କୋଲ୍ କ୍ୟାମ୍ପ-୨ ନିକଟରେ ସନ୍ଦୀପ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ଅପରପକ୍ଷରେ ଅରୁଣ ତିୱାରୀ ଗୁରୁବାର ସନ୍ଧ୍ୟା ୬ଟାରେ ଏଭରେଷ୍ଟ ଶିଖରରେ ପହଞ୍ଚିଥିଲେ। ତେବେ ଶୁକ୍ରବାର ଶେରପା ଗାଇଡଙ୍କ ସହ ତଳକୁ ଓହ୍ଲାଉଥିବାବେଳେ ହିଲାରି ଷ୍ଟେପ୍ ନିକଟରେ ଅରୁଣ ଅସୁସ୍ଥ ହୋଇପଡିଥିଲେ। ନିକଟରେ ଥିବା ଚାରିଜଣ ଶେରପା ତାଙ୍କୁ ସହାୟତା କରିଥିଲେ ସୁଦ୍ଧା ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।
Comments ସମସ୍ତ ମତାମତ