Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପୋଖରୀରେ ଭାସୁଛି ମୃତଦେହ

    Share on :
    ajab-Image
    Date: May 17, 2026    Views: 2476

    ଭବାନୀପାଟଣା,: କଳାହାଣ୍ଡି ଜିଲା ଭବାନୀପାଟଣା ପୁରୁଣା ପଡାସ୍ଥିତ ସାନବନ୍ଧରୁ ରବିବାର ସକାଳୁ ଜଣେ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ତାଙ୍କ ନାମ ପୂର୍ଣ୍ଣଚନ୍ଦ୍ର ନାୟକ(୭୦) ଓ ସେ ସହରର ବଡ଼ ପଡାର ହୋଇଥିବାବେଳେ କ୍ଷୁଦ୍ର ଜଳସେଚନ ବିଭଗର ଅବସରପ୍ରାପ୍ତ କର୍ମଚାରୀ ବୋଲି ଜଣାପଡିଛି। ଶନିବାର ତାଙ୍କ ଭାଉଜଙ୍କ ମୃତ୍ୟୁ ପରେେ ଅନ୍ତ୍ବେଷ୍ଟି କ୍ରିୟା ପାଇଁ ଏହି ପୋଖରୀକୁ ଗାଧୋଇବା ଆସିଥିଲେ। ପୋଖରୀଟି ବହୁତ ବଡ ଓ ଗଭୀର ଥିବାରୁ ସେ ଜାଣି ନ ପାରି ଗାଧୋଉଥିବା ଅବସ୍ତାରେ ତଳକୁ ଖସି ପଡ଼ିଥିଲେ । ପରିବାର ଲୋକେ ଖୋଜା ଖୋଜି କରିଥିଲେ ବି ତାଙ୍କୁ ପାଇଁ ନ ଥିଲେ। ଖବର ପାଇଁ ଟାଉନ ଥାନା ପୋଲିସ ଏବଂ ଦମକଳ ବାହିନୀ ପହଞ୍ଚି ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇଛନ୍ତି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook