Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    କାଳବୈଶାଖୀ ତାଣ୍ଡବ : ଗଛ ପଡି ୨ ମହିଳା ମୃତ

    Share on :
    ajab-Image
    Date: May 5, 2026    Views: 3479

    ଲମତାପୁଟ : କାଳବୈଶାଖୀ ତାଣ୍ଡବ। ଗଛ ପଡି ଦୁଇ ମହିଳାଙ୍କ ମୃତ୍ୟୁ l ଆନ୍ଧ୍ରପ୍ରଦେଶ ଅଲ୍ଲୁରୀ ଜିଲ୍ଲାର  ପେଦାବାଇଲ ସାପ୍ତାହିକ ହାଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି।  ମହିଳା ୨ ଜଣ ହେଲେ ନନ୍ଦପୁରବ୍ଲକ ଜାରାଇ ଗ୍ରାମର ଚିତାମ୍ମା ଖରା ଏବଂ ତିଳତମା ଖରା ।

    ନନ୍ଦପୁରବ୍ଲକ ଜାରାଇ ଗ୍ରାମର ଚିତାମ୍ମା ଖରା ଏବଂ ତିଳତମା ଖରା ପରିବା ବ୍ୟବସାୟ କରନ୍ତି। ଆନ୍ଧ୍ରପ୍ରଦେଶ ଅଲ୍ଲୁରୀ ଜିଲ୍ଲାର  ପେଦାବାଇଲ ସାପ୍ତାହିକ ହାଟ ଥିଲା। ଉକ୍ତ ହାଟକୁ ଉଭୟ ପରିବା ବିକ୍ରି କରିବାକୁ ଯାଇଥିଲେ। କାଳବୈଶାଖୀ  ଯୋଗୁଁ ହାଟ ମଝିରେ  ଥିବା ଏକ ବିରାଟ ଗଛ ଦୁଇ ଜଣ ମହିଳାଙ୍କ ଉପରେ ପଡ଼ିଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଦୁଇ ମହିଳାଙ୍କ ମୃତ୍ୟୁ ଘଟିଥିଲା l ଘଟଣା ସ୍ଥଳରେ ପଟାଙ୍ଗୀ ବିଧାୟକ ପହଞ୍ଚି ମୃତ ମହିଳାଙ୍କ ପରିବାର ଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଦାବି କରିଛନ୍ତି l

    ସେହିପରି  କଳାବୈଶାଖୀ ପ୍ରଭାବରେ ବିଜୁଳି ମାରିବାରୁ କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ଅନ୍ତର୍ଗତ ଝଡିପଦର ଗ୍ରାମର କାମେୟା ସିରିକାଙ୍କ ମୃତ୍ୟୁ ହୋଇଛି I  ଘରେ ବସିଥିବା ବେଳେ ହଠାତ ବଜ୍ରପାତ ହେବାରୁ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook