ମୁଖ୍ୟ ଖବର
ଅନୁଗୋଳ: ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ କଞ୍ଜରା ଗାଁରେ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ସୁବଳ ମାହାର ଙ୍କ ସ୍ତ୍ରୀ ବାସନ୍ତୀ ମାହାର (୫୦) ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଲମ୍ବିତ ରାତିରେ କାଳବୈଶାଖୀ ସହ ବଜ୍ରାଘାତ ହୋଇଥିଲା । ସୁବଳ ଏବଂ ବାସନ୍ତୀ ଗୋଟେ ଘରେ ଶୋଇଥିବା ବେଳେ ପିଲାମାନେ ଅନ୍ୟ ଏକ ଘରେ ଶୋଇଥିଲେ । ସେହି ସମୟରେ ବଜ୍ରାଘାତ ହୋଇଥିଲା । ଯାହା ଫଳରେ ସୁବଳ ଙ୍କ ଛାତ ଘର ଫାଟି ଯାଇଥିଲା। ଏବଂ ବାସନ୍ତୀ ବଜ୍ରାଘାତ ର ଶିକାର ହୋଇଥିଲେ। ପରିବାର ଲୋକ ବାସନ୍ତୀ ଙ୍କୁ ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
Comments ସମସ୍ତ ମତାମତ