Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସ୍ତ୍ରୀର ପେଟକୁ ଗୋଇଠା ମାରି ଜୀବନ ନେଇଗଲେ ସ୍ବାମୀ

    Share on :
    ajab-Image
    Date: Apr 24, 2026    Views: 3247

    ମୋରଡ଼ା: ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଞ୍ଚଳରେ ଯୌତୁକ ଦାବିରେ ସ୍ତ୍ରୀଙ୍କ ପେଟକୁ ଗୋଇଠା ମାରି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ ମାମଲା (ନଂ.୧୬୬/୨୬) ରୁଜୁକରି ଅଭିଯୁକ୍ତ ସ୍ବାମୀ ଜଗଦୀଶ ପାତ୍ରଙ୍କୁ ଗିରଫ କରିଛି। ମୃତ ମହିଳା ହେଲେ ମିତା ପାତ୍ର।
    ଥାନା ବଗଲାଢିପା ଗ୍ରାମର ଗଣେଶ ପାତ୍ରଙ୍କ ପୁଅ ଜଗଦୀଶ ୭ ବର୍ଷ ତଳେ ବେତନଟୀ ଥାନା ଅଧୀନ ଆଗଡ଼ା ଗ୍ରାମର ମିତା ପାତ୍ରଙ୍କୁ ବିବାହ କରିଥିଲେ। ବାହାଘରର କିଛି ବର୍ଷ ପରେ ଅଧିକ ଯୌତୁକ ଦାବିକରି ମିତାଙ୍କୁ ସେ ନିର୍ୟାତନା ଦେଇ ଆସୁଥିଲେ।

    ଏନେଇ ପୂର୍ବରୁ ୨ ପରିବାର ଭିତରେ ଆପୋସ ବୁଝାମଣା ହୋଇଥିଲେ ମଧ୍ୟ ଜଗଦୀଶ ମିତାଙ୍କୁ ନିର୍ୟାତନା ଦେଉଥିଲେ। ବୁଧବାର ରାତିରେ ମିତାଙ୍କ ସହ ଜଗଦୀଶ ଝଗଡ଼ାକରି ମାରପିଟ କରିଥିଲେ ବୋଲି ମିତାଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି। ମିତାଙ୍କୁ କିଷାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିିତ୍ସା ପାଇଁ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଚିତ୍ରଡ଼ା ଫାଣ୍ଡି ଅଧିକାରୀ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ତେବେ ହତ୍ୟା ଅଭିଯୋଗକୁ ସ୍ବାମୀ ଜଗଦୀଶ ଅସ୍ବୀକାର କରିବା ସହ ପେଟ ଯନ୍ତ୍ରଣା ଯୋଗୁ ମିତାଙ୍କ ମୃତ୍ୟୁ ଘଟିଥିବା କହିଛନ୍ତି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook