Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସ୍ତ୍ରୀର ଜୁଇ ପାଖରେ ଟଳିପଡିଲେ ସ୍ୱାମୀ

    Share on :
    ajab-Image
    Date: Apr 23, 2026    Views: 2886

    କେନ୍ଦ୍ରାପଡ଼ା; ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରୁ ଯଦି ସ୍ତ୍ରୀଙ୍କର ପ୍ରଥମେ ସ୍ୱର୍ଗବାସ ହୁଏ, ତାଙ୍କୁ ଅହିସୁଲକ୍ଷଣୀ କୁହାଯାଏ । ତେବେ ଯଦି ପତ୍ନୀଙ୍କ ବିୟୋଗରେ ମ୍ରିୟମାଣ ହୋଇ ସ୍ୱାମୀଙ୍କର ପରଲୋକ ହୁଏ, ତେବେ ଉଭୟଙ୍କୁ ଜନ୍ମ ଜନ୍ମର ସାଥୀ ବୋଲି ବିବେଚନା କରାଯାଏ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ୍ ଅଞ୍ଚଳରେ ।  କୁରୁଜଙ୍ଗା ପଞ୍ଚାୟତ ଶଙ୍କରପୁର ଗ୍ରାମର ଦମ୍ପତି କେତନବାଳା ସାହୁ ଓ ଗୋବିନ୍ଦ ଚନ୍ଦ୍ର ସାହୁ ମାତ୍ର ଘଣ୍ଟାଏ ମଧ୍ୟରେ ଡକାଡକି ହେବା ଭଳି ଆରପାରିକୁ ଚାଲିଯିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।
    ମିଳିଥିବା ସୂଚନା ଅନୁସାରେ, ଗୋବିନ୍ଦ ଚନ୍ଦ୍ର ସାହୁ (୮୨)ଙ୍କ ପତ୍ନୀ କେତନବାଳା (୭୨) ଅସୁସ୍ଥତା ହେତୁ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ତିନି ଦିନ ତଳେ କେତନବାଳା ଘରକୁ ଫେରିଥିଲେ ହେଁ ମଙ୍ଗଳବାର ଅପରାହ୍ନରେ ହଠାତ୍ ପୁଣି ଅସୁସ୍ଥ ହୋଇ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । କେତନବାଳାଙ୍କ ଅନ୍ତିମ ସତ୍କାର ପାଇଁ ପରିବାର ଓ ଆତ୍ମୀୟ ସ୍ୱଜନ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ । ଏହାପରେ କେତନବାଳାଙ୍କ ମୃତଦେହ ଗ୍ରାମ ଶ୍ମଶାନକୁ ନିଆଯାଇଥିଲା । ତାଙ୍କୁ ମୁଖାଗ୍ନି ଦିଆଯିବାର ୩୦ ମିନିଟ୍ ମଧ୍ୟରେ ସ୍ୱାମୀ ଗୋବିନ୍ଦ ଚନ୍ଦ୍ର ଚେତାଶୂନ୍ୟ ହୋଇପଡ଼ିଥିଲେ । ତାଙ୍କୁ ପାଣି ଛିଞ୍ଚି ସାଷ୍ଟମ କରାଯିବାକୁ ଚେଷ୍ଟା କରାଯାଇଥିଲେ ହେଁ ମାତ୍ର କିଛି ମିନିଟ୍ ଭିତରେ ସେ ମଧ୍ୟ ଆରପାରିକୁ ଚାଲି ଯାଇଥିଲେ ।
    ୩୦ ମିନିଟ୍ ବ୍ୟବଧାନରେ ଦମ୍ପତି ଆଗ ପଛ ହୋଇ ଆରପାରିକୁ ଚାଲିଯାଇଥିବା ବେଳେ ଗ୍ରାମ ଶ୍ମଶାନରେ ଦୁଇଟି ଜୁଇ ପାଖାପାଖି ଜଳିଥିଲା । ସାନପୁଅ ରମାକାନ୍ତ ମୁଖାଗ୍ନି ଦେଇଥିଲେ । ବହୁ ବିଶିଷ୍ଟ ବ୍ୟକ୍ତି ଶ୍ମଶାନରେ ପହଞ୍ଚି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସୂଚନାଯୋଗ୍ୟ, ଗୋବିନ୍ଦ ଚନ୍ଦ୍ର ଓ କେତନବାଳା କୁରୁଜଙ୍ଗା ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନର ସମିତି ସଭ୍ୟ କୃଷ୍ଣଚନ୍ଦ୍ର ସାହୁଙ୍କ ପିତାମାତା ।

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook