Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    କେନାଲରୁ ନିଖୋଜ ନାବାଳିକାର ମୃତଦେହ ଉଦ୍ଧାର

    Share on :
    ajab-Image
    Date: Apr 3, 2026    Views: 2332

    ରାଜନଗର : କେନାଲରୁ ନିଖୋଜ ନାବାଳିକାର ମୃତଦେହ ଉଦ୍ଧାର। ରାଜନଗର ଥାନା ଚାନ୍ଦିବାଉଁଶମୂଳ ପଞ୍ଚାୟତ ବଡକୋଲହା ଗାଁରେ ଏହି ଅଭାବନୀୟ ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି। ଘର ପାଖ କେନାଲରୁ ତାଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ନାବାଳିକା ଜଣକ ମାମୁଁଘରୁ ୨ ଦିନ ତଳୁ ନିଖୋଜ ଥିଲେ।

    ରାଜନଗର ବ୍ଲକ ଚାନ୍ଦୀବାଉଁଶମୂଳ ପଞ୍ଚାୟତ ବଡ଼କୋଲ୍ଲା ଗାଁର କାଳନ୍ଦୀଚରଣ ନାୟକଙ୍କ ଝିଅ ସୁଷମା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ମାଳିପୁର ଗ୍ରାମର ମାନଗୋବିନ୍ଦ ସେନାପତିଙ୍କୁ ବିବାହ କରିଥିଲେ। ସୁଷମା ତାଙ୍କ ୭ ବର୍ଷର ଝିଅ ସହ ବାପଘର ବଡକୋଲ୍ଲା ଗ୍ରାମରେ ବର୍ଷେ ହେବ ରହି ଆସୁଥିଲେ। ଗତକାଲି ଗାଁରେ କୀର୍ତନ ଚାଲୁଥିବା ବେଳେ ଦିନ ୧୦ଟା ପରେ ତାଙ୍କ ଝିଅ ଶୁଭଲକ୍ଷ୍ମୀକୁ ନପାଇବାରୁ ମା ସୁଷମା ରାଜନଗର ଥାନାରେ ନିଖୋଜ ଅଭିଯୋଗ କରିଥିଲେ। ଅଭିଯୋଗ ମୁତାବକ ଅଗ୍ନିଶମ ବିଭାଗ କର୍ମଚାରୀ ପହଂଚି ପୋଖରୀ ଓ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ରାଜନଗର ପୁଲିସ ମଧ୍ୟ ସେଠାରେ ପହଂଚି ତନାଘନା ଆରମ୍ଭ କରିଥିଲେ। ଗତକାଲି ସନ୍ଧ୍ୟା ସମୟରେ କେନାଲ ପାଖ ବିଲରେ ରକ୍ତ ବିଭିନ୍ନ ସ୍ଥାନରେ ପଡିଥିଲା। ଅନ୍ଧାରରେ ଖୋଜାଖୋଜି କରିବା ସମ୍ଭବ ହୋଇପାରିନଥିଲା। ଆଜି ପୁଲିସ ଟିମ କୁକୁର ଆଣି ସେଇ ଗାଁରେ ବୁଲାଇବ ବୋଲି କଥା ହେଉଥିବା ବେଳେ ବ୍ରାହ୍ମଣୀ ନଦୀ ଶାଖାର କେନାଲ ମଧ୍ୟରେ ୭ ବର୍ଷର ଝିଅ ଶୁଭଲକ୍ଷ୍ମୀର ମୃତଦେହ ଭାସି ଯାଉଥିବା ଦେଖି ଅଗ୍ନିଶମ ବିଭାଗ ଓ ପୁଲିସ ଟିମ ମୃତଦେହକୁ ଉଦ୍ଧାର କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଥିବା ନେଇ ସୂଚନା ମିଳିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook