ମୁଖ୍ୟ ଖବର
ନନ୍ଦପୁର: କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ବାହିରିପଡ଼ା ଜମି ଭିତରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡ଼ି ଜଣେ ବୃଦ୍ଧା ମହିଳାଙ୍କ ମୃତ୍ୟୁ ହୋଇଛି । ବୃଦ୍ଧା ଜଣକ ନନ୍ଦପୁର ଠାକୁରାଣୀ ମନ୍ଦିରର ପୂର୍ବତନ ପୂଜକ ସ୍ୱର୍ଗତ ଧନୁର୍ଜୟ ଦିଆରିଙ୍କ ସ୍ତ୍ରୀ ଦଇମତି ଦିଆରି (୬୫) ବୋଲି ପରିଚୟ ମିଳିଛି । ସେ ସବୁଦିନ ଭଳି ସୋମବାର ଭୋର ପାହାନ୍ତିଆ ସମୟରେ ଫୁଲ ତୋଳିବାକୁ ଯାଇଥିବା ବେଳେ ଅସାବଧାନତା ବଶତଃ କୂଅରେ ପଡ଼ି ଯାଇଥିଲେ । ଏହାପରେ ପାଣିରେ ବୁଡି ମୃତ୍ୟୁ ବରଣ କରିଥିବା ପରିବାର ଲୋକେ ସନ୍ଦେହ କରିଛନ୍ତି ।
ସୂଚନା ପାଇ ନନ୍ଦପୁର ଅଗ୍ନିଶମ ବାହିନୀ କୂଅ ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର କରି ନନ୍ଦପୁର ପୋଲିସକୁ ହସ୍ତାନ୍ତର କରିଥିଲେ। ବୃଦ୍ଧାଙ୍କ ଝିଅ ବାସନ୍ତୀଙ୍କ ଏତଲା କ୍ରମେ ନନ୍ଦପୁର ପୋଲିସ ଥାନା କେସ ନ ୭/୨୦୨୬ ପ୍ରକାରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଥିବା ଥାନାଧିକାରୀ ତ୍ରିନାଥ ତୋଟାପାଡିଆ ସୂଚନା ଦେଇଛନ୍ତି । ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି ।
Comments ସମସ୍ତ ମତାମତ