ମୁଖ୍ୟ ଖବର
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବରିଷ୍ଠ ବିଜେଡିନେତା ହରିଶ୍ଚନ୍ଦ୍ର ପଣ୍ଡା(ଟିତୁ)ଙ୍କ ପତ୍ନୀ ପୂଜା ପଣ୍ଡା(୩୫)ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ରାତିରେ ନୂଆପଡ଼ା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି ।
ରାତି ପ୍ରାୟ ସାଢେ଼ ୮ଟାରେ ନୂଆପଡ଼ା ସହର ମତଗୁଡ଼ିପଡ଼ାରେ ଏକ ବିବାହିତ ମହିଳାଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଥିଲା । ମୃତକ ମହିଳା ପୂର୍ବତନ ବିଜେଡି ଜିଲ୍ଲା ଯୁବ ସଭାପତି ତଥା ବରିଷ୍ଠ ବିଜେଡି ନେତା ହରିଶ୍ଚନ୍ଦ୍ରଙ୍କ ପତ୍ନୀ । ତାଙ୍କ ଘର ସମ୍ମୁଖ ଏକ ବେଳ ଗଛରେ ଓଢଣୀ(ସାର୍କପ)କୁ ବେକରେ ବାନ୍ଧି ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ରାତି ପ୍ରାୟ ୯ଟାରେ ଅତିରିକ୍ତ ଏସପି ରଞ୍ଜିତ ନାଏକ ଓ ନୂଆପଡ଼ା ଆଇଆଇସି ଗଙ୍ଗାଧର ମେହେର ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲେ । ରାତି ପ୍ରାୟ ୧୦ଟାରେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଏବେ ଘଟଣାରେ ବହୁ ନେତା ଓ ମାନ୍ୟଗଣ୍ୟ ବ୍ୟକ୍ତି ପହଞ୍ଚିବାରୁ ଲୋକାରଣ୍ୟ ହୋଇଛି ଓ ମୃତକ ପରିବାରକୁ ସମବେଦନା ଜଣାଇଛନ୍ତି ।
Comments ସମସ୍ତ ମତାମତ