Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଏକାଠି ଉଠିଲା ମାଆ- ପୁଅ କୋକେଇ।

    Share on :
    ajab-Image
    Date: Mar 22, 2026    Views: 3380

    ଡୁଙ୍ଗୁରିପାଲି: ଏମିତି ବି ଆସେ ମୃତ୍ୟୁ। ଅସହ୍ୟ ହେଲେ ପୁଅର ବିୟୋଗ, ଆଖିବୁଜିଳା ମାଆ। ଏକାଠି ଉଠିଲା ମାଆ- ପୁଅ କୋକେଇ। ଏଭଳି ଅଭାବନୀୟ ଘଟଣା  ଡୁଙ୍ଗୁରିପାଲି ବ୍ଲକ ସହଲା ଗ୍ରାମରେ ଘଟିଛି। ଶନିବାର ମାତ୍ର ଅଧଘଣ୍ଟା ବ୍ୟବଧାନରେ ଉଭୟ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଲେ ବିଳାସ ବାରିକ(୭୬) ଏବଂ ତାଙ୍କ ପୁଅ ରମେଶ(୫୩) । ମାତ୍ର ଅଧଘଣ୍ଟା ବ୍ୟବଧାନରେ ମା’ ଓ ପୁଅଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ଗାଁରେ ଶୋକର ଛାୟା ଖେଳିଯାଇଛି ।

    ପ୍ରକାଶଯେ, ଶନିବାର ସକାଳ ପ୍ରାୟ ୫ଟାରେ ରମେଶଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁ ଶୋକରେ ଘରେ କାନ୍ଦବୋବାଳି ପଡ଼ିଥିଲା । ରମେଶଙ୍କ ମୃତ୍ୟୁର ଅଧଘଣ୍ଟାପରେ ପ୍ରାୟ ୫.୩୦ରେ ରମେଶଙ୍କ ମା’ ବିଳାସ ବାରିକଙ୍କ ମୃତ୍ୟୁ ଘଟିଥିଲା । ମୃତ୍ୟୁଶଯ୍ୟା ନିକଟରେ ପରିବାରବର୍ଗ ଉପସ୍ଥିତ ଥିଲେ । ପରେ ପରିବାର ଲୋକେ ଦୁହିଁଙ୍କୁ ଶୋଭାଯାତ୍ରାରେ ଶ୍ମଶାନ ଘାଟକୁ ନେଇଥିଲେ । ବଡ଼ନାତି ନଗେଶ ବାରିକ ଉଭୟଙ୍କୁ ମୁଖାଗ୍ନି ଦେଇଥିଲେ । ଏଭଳି ଏକ ଦୁଃଖଦ ଘଟଣାରେ ସମସ୍ତେ ସ୍ତମ୍ଭୀଭୂତ ହୋଇଯାଇଛନ୍ତି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook