Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସ୍ତ୍ରୀର ମୃତ୍ୟୁକୁ ସହ୍ୟ କରିନପାରି ଆତ୍ମହତ୍ୟା

    Share on :
    ajab-Image
    Date: Mar 3, 2026    Views: 2857

    ଗଡ଼ମଧୁପୁର: ଜଣେ ଯୁବକ ନିଜ ସ୍ତ୍ରୀର ମୃତ୍ୟୁକୁ ସହ୍ୟ କରିନପାରି ଆତ୍ମହତ୍ୟା କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏପରି ଘଟଣା ଦେଖିବାକୁ ମିଳିଛି ଗଡ଼ମଧୁପୁର ଅଞ୍ଚଳରେ।

    ଜଣେ ଯୁବକ ନିଜ ସ୍ତ୍ରୀର ମୃତ୍ୟୁକୁ ସହ୍ୟ କରିନପାରି ମାନସିକ ଚିନ୍ତା ଗ୍ରସ୍ତ ହୋଇ ଘର ନିକଟରେ ଥିବା ଏକ ଗଛ ଉପରେ ଚଢିଯାଇଥିଲେ। ସନ୍ଧ୍ୟା ୭ ଟା ରୁ ରାତି ୧ ୧ ଟା ପର୍ୟ୍ୟନ୍ତ ଗଛରେ ଛଢି ରହି ହାଇଡ୍ରାମା କରିଥିଲେ। ମୋ ସ୍ତ୍ରୀ କୁ ମତେ ଫେରାଇ ଦିଅ, ସେ କାହିଁକି ମଲା, ମୁଁ ତାକୁ ନ ପାଇଲେ ନିଜେ ମରି ତା ନିକଟକୁ ଯିବି ଏମିତି କିଛି କହି ଚାଲିଥିଲେ। ଅଗ୍ନିଶମ ବିଭାଗ, ସ୍ଥାନୀୟ ପୁଲିସ ଏବଂ ଗାଁଲୋକ ଯୁବକଙ୍କୁ ବୁଝାସୁଝା କରି ତଳକୁ ଓହ୍ଲାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ସେ ଗଛରୁ ଓହ୍ଲାଇନଥିଲେ। କାହାରି କଥା ନଶୁଣି ଶେଷରେ ସେ ୫୦ ଫୁଟ ଉଚ୍ଚରୁ ଡେଇଁ ନିଜ ଆଜବେଷ୍ଟ ଘର ଉପରେ ପଡିଥିଲେ। ଅଗ୍ନିଶମ ବିଭାଗ ତୁରନ୍ତ ତାଙ୍କୁ ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ କ୍ଷ ସେଠାରେ ଚିକିତ୍ସା ଧୀନ ଅବସ୍ଥାରେ ଆଜିସକାଳ ପ୍ରାୟ ୭ ଟା ରେ ତାଙ୍କର ମୃତ୍ୟୁ ହୋଇଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook